ଏବେ କିଣନ୍ତୁ କାର, ୧୨ ମାସ ପରେ ଦେବେ ଇଏମଆଇ !

କାର କମ୍ପାନୀ ଫୋର୍ଡ ଇଣ୍ଡିଆର ନୂତନ ଅଫର

ନୂଆଦିଲ୍ଲୀ : ଯଦି ଆପଣ କାର କିଣିବା ପାଇଁ ଭାବୁଛନ୍ତି, ତେବେ ଆଗାମୀ ଦୁଇ ଦିନ ମଧ୍ୟରେ କାର କିଣି ନିଅନ୍ତୁ। ଏହା ଆପଣଙ୍କ ପାଇଁ ସବୁଠାରୁ ଲାଭଜନକ ହୋଇପାରେ। କାର କମ୍ପାନୀ ଫୋର୍ଡ ଏକ ଖାସ ଅଫର ଆଣିଛି। ଯେଉଁଥିରେ ଆପଣ ଏବେ କାର କିଣି ପାରିବେ ଏବଂ ୧୨ ମାସ ପରେ ଇଏମଆଇ ଆରମ୍ଭ କରିପାରିବେ।

କାର କମ୍ପାନୀ ଫୋର୍ଡ ଇଣ୍ଡିଆ ଏହି ଅଫର ଦେଉଛି। ଏହି ଅଫରକୁ ୫୦:୫୦ ନାମରେ ନାମିତ କରାଯାଇଛି। ଏହି ଅଫର ଦ୍ୱାରା ଏବେ ଆପଣଙ୍କୁ କାରର ଅଧା ମୂଲ୍ୟ ଡାଉନ ପେମେଣ୍ଟ ଆଧାରରେ ଦେବାକୁ ପଡିବ। ଆଉ ଏହା ପରେ କାରର ବଳକା ଟଙ୍କା ଇଏମଆଇ ଆଧାରରେ ଦେଇ ପାରିବେ। ଆଉ ଏହି କିସ୍ତି ୧୨ ମାସ ପରଠାରୁ ଆରମ୍ଭ ହେବ। ଏହାଛଡା ଫୋର୍ଡ ଇଣ୍ଡିଆ ନିଜର କେତୋଟି ମଡେଲ କାର ଉପରେ ମଧ୍ୟ ରିହାତି ଦେଇଛି।

ଏହି ଅଫରର ଲାଭ ଆପଣଙ୍କୁ ସେତେବେଳେ ମିଳିବ, ଯେତେବେଳେ ଆପଣ ଫୋର୍ଡ କ୍ରେଡିଟ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡରୁ ହିଁ ଲୋନ ନେବେ। ଏହି ଅଫରର ଲାଭ ଏହି କମ୍ପାନୀ ଛଡା ଅନ୍ୟ କମ୍ପାନୀରୁ ଲୋନ ନେଉଥିବା ଗ୍ରାହକଙ୍କୁ ମିଳିବ ନାହିଁ।

କମ୍ପାନୀ ନିଜର ଅନ୍ୟ ଦୁଇଟି ମଡେଲ, ଫୋର୍ଡ ଫିଗୋ ଏବଂ ଫୋର୍ଡ ଏସ୍ପାର ଉପରେ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଲାଭ ମଧ୍ୟ ଦେଉଛି।

ଏହା ସହ କମ୍ପାନୀ କେନ୍ଦ୍ରୀୟ କର୍ମଚାରୀ, କର୍ପୋରେଟ କମ୍ପାନୀ, ଇନସୁରାନ୍‌ସ କମ୍ପାନୀ, ଆଇଟି ପ୍ରୋଫେସନାଲ ଏବଂ ଡିଫେନ୍‌ସ ପର୍ସନାଲସ ମାନଙ୍କୁ ମଧ୍ୟ ଅତିରିକ୍ତ ଲାଭ ଦେଉଛି ।

ଯଦି ଆପଣ ଏହି ଅଫରର ଫାଇଦା ନେବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ୩୧ମାର୍ଚ୍ଚ ପୂର୍ବରୁ କାର କିଣିବାକୁ ହେବ। ଏହି ଅଫରର ଫାଇଦା ଉଠାଇବା ପାଇଁ ଆପଣଙ୍କ ପାଖରେ ଆଉ ମାତ୍ର ଦୁଇ ଦିନ ରହିଛି।

ସମ୍ବନ୍ଧିତ ଖବର