ଫୋର୍ଡର ନୂଆ ଫି‌ଗୋ ଅଟୋମେଟିକ୍‌

ନୂଆଦିଲ୍ଲୀ: ଭାରତଙ୍କ ପ୍ରତି ଥିବା ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇବାକୁ ଯାଇ ଫୋର୍ଡ ଇଣ୍ଡିଆ ଆଜି ଏହାର ହ୍ୟାଚବ୍ୟାକ୍ କାର ଫିଗୋର ଦୁଇଟି ନୂଆ ଅଟୋମେଟିକ୍ ଭାରିଆଣ୍ଟର ବଜାର ପ୍ରବେଶ କରାଇଛି। ଟାଇଟାନିୟମ ଏବଂ ଟାଇଟାନିୟମ ପ୍ଲସ ବର୍ଗରେ ଆସିଥିବା ଏହି କାର୍‌ର ମୂଲ୍ୟ ଯଥାକ୍ରମେ ୭ ଲକ୍ଷ ୭୫ ହଜାର ଟଙ୍କା ଏବଂ ୮ ଲକ୍ଷ ୨୦ ହଜାର ଟଙ୍କାରୁ ଆରମ୍ଭ ହୋଇଛି। ନୂଆ ଫିଗୋ ଅଟୋମେଟିକ୍‌ର କ୍ଷମତା ଏବଂ ମାଇଲେଜ୍ ଉତ୍ତମ ରହିଛି। ଏଥିରେ ଭାରତ ଷ୍ଟେଜ୍ ୬ ଥ୍ରୀ ସିଲିଣ୍ଡର ୧.୨ଲିଟର ପେଟ୍ରୋଲ ଇଞ୍ଜିନ ରହିଛି। ଯାତ୍ରୀଙ୍କ ସୁରକ୍ଷା, ସୁବିଧା, ଯୋଗାଯୋଗ ଆଦି ପାଇଁ ଏଥିରେ ୬ଟି ଏୟାରବ୍ୟାଗ, ଟ୍ରାକ୍ସନ କଣ୍ଟ୍ରୋଲ ସିଷ୍ଟମ, ହିଲ୍ ଲଞ୍ଚ ଆସିଷ୍ଟାଣ୍ଟ୍‌ ଆଦି ସୁବିଧା ରହିଛି। ୫ଟି ଆକର୍ଷଣୀୟ ରଙ୍ଗରେ ଏହା ଆସିଛି। ମାସ୍ ମାର୍କେଟ ବର୍ଗରେ ଗ୍ରାହକଙ୍କ ପାଇଁ ବିଶ୍ବଶ୍ରେଣୀର ଅଟୋମେଟିକ୍ ଟେକ୍ନୋଲୋଜି ଏହି କାରରେ ରହିଛି ବୋଲି ଫୋର୍ଡ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ-ବିକ୍ରି ଓ ସେବା ବିନୟ ରାଇନା କହିଛନ୍ତି।

ସମ୍ବନ୍ଧିତ ଖବର