ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସ୍ତରର ଅଡିଟିଂ ସଂସ୍ଥା ପ୍ରାଇସ୍ ଓ୍ଵାଟରହାଉସ୍ ୨ ବର୍ଷ ପାଇଁ ଭାରତର ତାଲିକାଭୁକ୍ତ କମ୍ପାନି ଗୁଡ଼ିକର ଅଡିଟ୍ କାର୍ଯ୍ୟ କରିପାରିବ ନାହିଁ। ଦେଶର ସବୁଠୁ ବଡ଼ ଆକାଉଣ୍ଟିଂ ଦୁର୍ନୀତି ଭାବେ ବିବେଚିତ ସତ୍ୟମ୍ କମ୍ପ୍ୟୁଟର ସର୍ଭିସେସ୍ ମାମଲାରେ ପୁଞ୍ଜି ବଜାର ନିୟାମକ ସେବି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ସଂସ୍ଥା ସତ୍ୟମ କମ୍ପ୍ୟୁଟରର ନିର୍ଦେଶକ ଓ କର୍ମଚାରୀଙ୍କ ସହ ମିଳିମିଶି ଆକାଉଣ୍ଟିଂ ଜାଲିଆତି କରିଥିବାରୁ ଏଭଳି ଦଣ୍ଡ ଭୋଗିଛି। ୯ ବର୍ଷର ଏହି ପୁରୁଣା ମାମଲାରେ ୭୧୩୬ କୋଟି ଟଙ୍କାର ଦୁର୍ନୀତି ହୋଇଥିଲା। ବୁଧବାର ସେବିର ପୂର୍ଣ୍ଣକାଳୀନ ସଦସ୍ୟ ଜି. ମହାଲିଙ୍ଗମ୍ଙ୍କ ପକ୍ଷରୁ ଜାରି ଏକ ନିର୍ଦେଶନାମାରେ କୁହାଯାଇଛି ଯେ ପ୍ରାଇସ୍ ଓ୍ଵାଟରହାଉସ୍ର ବ୍ରାଣ୍ଡ୍ ଏବଂ ବ୍ୟାନରରେ ଭାରତରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ କାର୍ଯ୍ୟ କରୁଥିବା ସଂସ୍ଥା/କମ୍ପାନି ତାଲିକାଭୁକ୍ତ କମ୍ପାନି ଗୁଡ଼ିକର ଅଡିଟ ସମ୍ପର୍କିତ କୌଣସି ପ୍ରମାଣପତ୍ର ଜାରି କରିପାରିବ ନାହିଁ। ସେବିରେ ପଞ୍ଜୀକୃତ କମ୍ପାନି ଏବଂ ମଧ୍ୟସ୍ଥତା ଦାୟିତ୍ୱ ସମ୍ଭାଳୁଥିବା କମ୍ପାନି ପାଇଁ ମଧ୍ୟ ଏହି ସଂସ୍ଥା ପ୍ରମାଣପତ୍ର ଜାରି କରିପାରିବ ନାହିଁ। ଏହି କଟକଣା ଦୁଇ ବର୍ଷ ପାଇଁ ଲାଗୁ ହୋଇଛି। ସେବି ମଧ୍ୟ ପ୍ରାଇସ୍ ଓ୍ଵାଟରହାଉସ୍ର ପୂର୍ବତନ ପାର୍ଟନର ଏସ. ଗୋପାଳକୃଷ୍ଣନ୍ ଏବଂ ଶ୍ରୀନିବାସ ତଲ୍ଲରୀଙ୍କୁ ମଧ୍ୟ ୩ ବର୍ଷ ପାଇଁ ତାଲିକାଭୁକ୍ତ କମ୍ପାନି ଗୁଡ଼ିକର ଅଡିଟ୍ କାର୍ଯ୍ୟରୁ ଦୂରେଇ ରଖିଛି। ଏମାନେ ସତ୍ୟମ କମ୍ପ୍ୟୁଟରର ଆକାଉଣ୍ଟସ୍ରେ ୨୦୦୯ ମସିହା ପର୍ଯ୍ୟନ୍ତ ଲଗାତାର ୮ ବର୍ଷ ଧରି ଦସ୍ତଖତ କରି ଆସୁଥିଲା। ସେପର୍ଯ୍ୟନ୍ତ ଏମାନେ ସତ୍ୟମ କମ୍ପ୍ୟୁଟରର ଜାଲିଆତିକୁ ଧରି ପାରି ନଥିଲେ।
ପ୍ରାଇସ୍ଓ୍ଵାଟରହାଉସ, ବେଙ୍ଗାଲୁରୁ କାର୍ଯ୍ୟାଳୟ ସମେତ ଶ୍ରୀ ଗୋପାଳକୃଷ୍ଣନ୍ ଏବଂ ଶ୍ରୀ ତଲ୍ଲରୀ ବେଆଇନ ଭାବେ ଉପାର୍ଜନ କରିଥିବା ୧୩.୦୯ କୋଟି ଟଙ୍କାକୁ ସୁଧ ସହ ଫେରାଇବା ଲାଗି ସେବି ନିର୍ଦେଶ ଦେଇଛି। ଏହି ଅର୍ଥ ସେମାନେ ଯେବେ ଜମା କରିବା ପର୍ଯ୍ୟନ୍ତ ୧୨ ପ୍ରତିଶତ ସୁଧ ଦେବେ। ଏହି ସୁଧ ୨୦୦୯ ଜାନୁଆରି ୭ ତାରିଖଠାରୁ ହିସାବ କରାଯିବ।
ବିଦେଶୀ ଅଡିଟ୍ ସଂସ୍ଥା ବାସନ୍ଦ
ସତ୍ୟମ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
/sambad/media/post_attachments/wp-content/uploads/2018/01/PriceWaterhouse.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)