ମୁମ୍ବାଇ: ଦେଶର ବିଦେଶୀ ମୁଦ୍ରା ଭଣ୍ଡାର କ୍ରମାଗତଭାବେ ଅଷ୍ଟମ ସପ୍ତାହ ପାଇଁ ହ୍ରାସ ପାଇଛି। ନଭେମ୍ବର ୨୨ରେ ଶେଷ ହୋଇଥିବା ସପ୍ତାହରେ ଏଥିରେ ୧.୩୧ ବିଲିଅନ ଡଲାର ହ୍ରାସ ଘଟିଛି। ଫଳରେ ବିଦେଶୀ ମୁଦ୍ରା ଭଣ୍ଡାର ୬୫୬.୫୮୨ ବିଲିଅନ ଡଲାରକୁ କମିଛି। ଉଲ୍ଲେଖଯୋଗ୍ୟ, ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ସେପ୍ଟେମ୍ବର ମାସରେ ରେକର୍ଡ ୭୦୪.୮୮୫ ବିଲିଅନ ଡଲାରରେ ପହଞ୍ଚିଥିଲା। କିନ୍ତୁ ତାହାପରଠାରୁ ଏହା କମିଚାଲିଛି। ବର୍ତ୍ତମାନ ସୁଦ୍ଧା ବିଦେଶୀ ମୁଦ୍ରା ଭଣ୍ଡାରରେ ୪୮ ବିଲିଅନ ଡଲାରରୁ ଅଧିକ ହ୍ରାସ ଘଟିଲାଣି। ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ ହ୍ରାସ ଘଟିଥିବାରୁ ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ଏହାର ପ୍ରଭାବ ପଡ଼ୁଛି। ଟଙ୍କାର ବିନିମୟ ମୂଲ୍ୟରେ ଦେଖାଦେଉଥିବା ଅସ୍ଥିରତାକୁ ରୋକିବା ଲାଗି ରିଜର୍ଭ ବ୍ୟାଙ୍କ ହସ୍ତକ୍ଷେପ କରୁଛି। ଅନ୍ୟପକ୍ଷରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ କାରଣରୁ ଡଲାର ମଜଭୁତ ହେବାରେ ଲାଗିଛି। ଏହାର ପ୍ରତିକୂଳ ପ୍ରଭାବ ଟଙ୍କା ଉପରେ ପଡ଼ୁଛି। ଡଲାର ତୁଳନାରେ ଟଙ୍କା ମୂଲ୍ୟ ଶୁକ୍ରବାର ଐତିହାସିକ ସର୍ବନିମ୍ନ ସ୍ତର ୮୪ ଟଙ୍କା ୬୦ ପଇସାରେ ପହଞ୍ଚିଛି। ଟଙ୍କା ଦୁର୍ବଳ ହେବା ଦ୍ବାରା ଆଗାମୀ ଦିନରେ ଭାରତର ଆମଦାନୀ ମହଙ୍ଗା ହେବ। ଏହା ଦେଶର ମୁଦ୍ରାସ୍ଫୀତିକୁ ପ୍ରଭାବିତ କରିବ।
କମୁଛି ବିଦେଶୀ ମୁଦ୍ରା ଭଣ୍ଡାର, ଦୁର୍ବଳ ହେଉଛି ଟଙ୍କା
ଦେଶର ବିଦେଶୀ ମୁଦ୍ରା ଭଣ୍ଡାର କ୍ରମାଗତଭାବେ ଅଷ୍ଟମ ସପ୍ତାହ ପାଇଁ ହ୍ରାସ ପାଇଛି। ନଭେମ୍ବର ୨୨ରେ ଶେଷ ହୋଇଥିବା ସପ୍ତାହରେ ଏଥିରେ ୧.୩୧ ବିଲିଅନ ଡଲାର ହ୍ରାସ ଘଟିଛି। ଫଳରେ ବିଦେଶୀ ମୁଦ୍ରା ଭଣ୍ଡାର ୬୫୬.୫୮୨ ବିଲିଅନ ଡଲାରକୁ କମିଛି।
/sambad/media/post_attachments/wp-content/uploads/2022/07/dollar-rupee-copy_616174bb7ee17-2-8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)