ମୁମ୍ବାଇ : ଚଳିତମାସ ୧୭ରେ ଶେଷ ହୋଇଥିବା ସପ୍ତାହରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାରରେ ୧୨.୭୯୮ ବିଲିଅନ ଡଲାରର ବୃଦ୍ଧି ହୋଇଛି। ଫଳରେ ବିଦେଶୀ ମୁଦ୍ରା ଭଣ୍ଡାର ୫୭୨.୮୦୧ ବିଲିଅନ ଡଲାରରେ ପହଞ୍ଚିଛି।
ଗତ ୧୦ ତାରିଖରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର ୨.୩୯ ବିଲିଅନ ଡଲାର ହ୍ରାସ ଘଟି ୩ ମାସର ସର୍ବନିମ୍ନ ସ୍ତର ୫୬୦.୦୦୩ ବିଲିଅନ ଡଲାରକୁ ଖସିଯାଇଥିଲା। ପୂର୍ବରୁ ୨୦୨୧ ଅକ୍ଟୋବରରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ସର୍ବକାଳୀନ ରେକର୍ଡ ୬୪୫ ବିଲିଅନ ଡଲାରରେ ପହଞ୍ଚିଥିଲା। ଟଙ୍କାର ବିନିମୟ ମୂଲ୍ୟ ହ୍ରାସକୁ ରୋକିବା ଏବଂ ଅନ୍ୟାନ୍ୟ କାରଣ ଯୋଗୁ ରିଜର୍ଭ ବ୍ୟାଙ୍କକୁ ବିଦେଶୀ ମୁଦ୍ରା ଭଣ୍ଡାରର ଉପଯୋଗ କରିବାକୁ ପଡ଼ିଛି। ଏଥିପାଇଁ ବିଦେଶୀ ମୁଦ୍ରା ଭଣ୍ଡାରରେ ହ୍ରାସ ଘଟୁଥିବାବେଳେ ଏବେ ଏଥିରେ ସୁଧାର ଆସିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/foreign-ex.jpg)