ଭାରତ ଛାଡ଼ୁଛନ୍ତି ବିଦେଶୀ ନିବେଶକ

ମୁମ୍ବାଇ: ଭାରତୀୟ ପୁଞ୍ଜି ବଜାର ପ୍ରତି ବିଦେଶୀ ନିବେଶକମାନଙ୍କ ମୋହ ଭଙ୍ଗ ହୋଇଥିବା ଭଳି ମନେ ହେଉଛି। ଯେଉଁ ବିଦେଶୀ ନିବେଶକମାନେ ବର୍ଷର ପ୍ରଥମ ପାଞ୍ଚ ମାସରେ ବିପୁଳ ପରିମାଣର ପୁଞ୍ଜି ଷ୍ଟକ ବଜାରରେ ନିବେଶ କରିଥିଲେ ସେମାନେ ଏବେ ସେହି ସବୁ ପୁଞ୍ଜିକୁ ପ୍ରତ୍ୟାହାର କରିନେଉଛନ୍ତି। ବଜେଟ୍‌ରେ ବିଦେଶୀ ନିବେଶକଙ୍କ ଆୟ ଉପରେ ଟିକସ ଲଗାଯିବା ପରେ ଏହି ଧାରା ଆରମ୍ଭ ହୋଇଛି। ଜୁଲାଇ ୧ରୁ ୨୬ ତାରିଖ ମଧ୍ୟରେ ବିଦେଶୀ ନିବେଶକମାନେ ଭାରତର ଇକ୍ବିଟି ବଜାରରୁ ୧୪,୩୮୨ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି। ଗତ ଫେବ୍ରୁଆରିରୁ ଜୁନ୍ ପର୍ଯ୍ୟନ୍ତ ବିଦେଶୀ ନିବେଶକମାନେ ଭାରତୀୟ ଷ୍ଟକ ବଜାରରେ ବିପୁଳ ପରିମାଣର ପାଣ୍ଠି ନିବେଶ କରିଥିଲେ। ‌ସେମାନେ ଫେବ୍ରୁଆରିରେ ୧୧,୧୮୨ କୋଟି ଟଙ୍କା, ମାର୍ଚରେ ୪୫,୯୮୧ କୋଟି ଟଙ୍କା, ଏପ୍ରିଲ୍‌ରେ ୧୬୦୯୩ କୋଟି ଟଙ୍କା, ମେ’ରେ ୯୦୩୧ କୋଟି ଟଙ୍କା ଓ ଜୁନ୍‌ରେ ୧୦,୩୮୪ କୋଟି ଟଙ୍କା ନିବେଶ କରିଥିଲେ। ଏହି ସବୁ ପୁଞ୍ଜି ଉଭୟ ଇକ୍ବିଟି ଓ ଡେବ୍‌ଟ ବଜାରରେ ନିବେଶ କରାଯାଇଥିଲା। ବଜେଟ୍‌ରେ ନୂଆ ଟିକସ ଘୋଷଣା ହେବା ପରେ ଡେବ୍‌ଟ ବଜାରରେ ବିଦେଶୀ ନିବେଶକଙ୍କ ପୁଞ୍ଜିନିବେଶ ପ୍ରଭାବିତ ହୋଇନାହିଁ।

ସମ୍ବନ୍ଧିତ ଖବର