ମୁମ୍ବାଇ: ନିୟମିତ ବ୍ୟବଧାନରେ ଷ୍ଟକ୍ ବଜାରରୁ ପୁଞ୍ଜି ପ୍ରତ୍ୟାହାର କରୁଥିବା ବିଦେଶୀ ନିବେଶକମାନେ ଗତ ଅକ୍ଟୋବର ମାସରେ ସେମାନଙ୍କ ରଣନୀତି ବଦଳାଇଥିଲେ। ଭାରତୀୟ ଅର୍ଥନୀତିର ଦ୍ରୁତ ଗତିକୁ ସ୍ବୀକାର କରି ସେମାନେ ଏଠାରେ ବିପୁଳ ନିବେଶ କରିଥିଲେ। ଷ୍ଟକ୍ ବଜାର ତଥ୍ୟ ଅନୁଯାୟୀ ବିଦେଶୀ ନିବେଶକମାନେ ଅକ୍ଟୋବରରେ ୧୪,୬୧୦ କୋଟି ଟଙ୍କା ନିବେଶ କରିଛନ୍ତି। ଗତ ତିନି ମାସରେ ସେମାନେ ୭୬,୫୭୫ କୋଟି ଟଙ୍କା ବଜାରରୁ ପ୍ରତ୍ୟାହାର କରିଥିଲେ।
ବୈଦେଶିକ ପୋର୍ଟଫୋଲିଓ ନିବେଶକ (ଏଫ୍ପିଆଇ)ମାନେ ସେପ୍ଟେମ୍ବରରେ ୨୩,୮୫୫ କୋଟି ଟଙ୍କା, ଅଗଷ୍ଟରେ ୩୪,୯୯୦ କୋଟି ଟଙ୍କା ଓ ଜୁଲାଇରେ ୧୭,୭୦୦ କୋଟି ଟଙ୍କାର ସେୟାର ବିକ୍ରି କରିଥିଲେ। ଅର୍ଥାତ୍ ବିଗତ ତିନି ମାସରେ ସେମାନେ ମୋଟ ୭୬,୫୭୫ କୋଟି ଟଙ୍କା ପ୍ରତ୍ୟାହାର କରିଥିଲେ। କିନ୍ତୁ ଅକ୍ଟୋବରରେ ସେମାନଙ୍କ ମନୋଦଶାରେ ପରିବର୍ତ୍ତନ ହୋଇଥିଲା। ଡିପୋଜିଟୋରି ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ ଭାରତୀୟ ବଜାର ଉପରେ ବିଶ୍ବସ୍ତରୀୟ ନିବେଶକମାନଙ୍କ ବିଶ୍ୱାସ ପୁଣି ଥରେ ବଢ଼ୁଛି। ଗତ ଶୁକ୍ରବାର ଏଫ୍ପିଆଇମାନେ ୬୭୨୮ କୋଟି ଟଙ୍କାର ସେୟାର ବିକିଥିଲେ। ସେହି ସମୟରେ କିନ୍ତୁ ଘରୋଇ ସଂସ୍ଥାଗତ ନିବେଶକ (ଡିଆଇଆଇ)ମାନେ ୬୮୮୯ କୋଟି ଟଙ୍କାର ସେୟାର କିଣିଥିଲେ। ଟ୍ରେଡିଂ ସମୟରେ ଘରୋଇ ସଂସ୍ଥାଗତ ନିବେଶକମାନେ ୧୭,୬୫୯ କୋଟି ଟଙ୍କାର ସେୟାର କିଣିଥିଲେ ଏବଂ ୧୦,୭୬୯ କୋଟି ଟଙ୍କାର ସେୟାର ବିକ୍ରି କରିଥିଲେ। ଅନ୍ୟପକ୍ଷରେ ବିଦେଶୀ ନିବେଶକମାନେ ୧୧,୦୯୬ କୋଟି ଟଙ୍କାର ସେୟାର କିଣିଥିଲେ ଏବଂ ୧୭୮୨୪ କୋଟି ଟଙ୍କାର ସେୟାର ବିକ୍ରି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/11/05/Wplf6TTYWpAET0jOSDo7.jpg)