ବିଦେଶୀ ନିବେଶକ ନେଇଗଲେ ୮୩୦୦ କୋଟି

ମୁମ୍ବାଇ: ଚଳିତ ଅଗଷ୍ଟ ମାସରେ ଭାରତୀୟ ଷ୍ଟକ ବଜାରରୁ ନିବେଶୀ ନିବେଶକମାନେ ୮୩୧୯ କୋଟି ଟଙ୍କା ପ୍ରତ୍ୟାହାର କରିନେଇଛନ୍ତି। ଆମେରିକା-ଚୀନ୍ ବାଣିଜ୍ୟ ଲଢ଼େଇ ଓ ଭାରତ ସରକାର ଲଗାଇଥିବା ଟିକସକୁ ନେଇ ବିଦେଶୀ ନିବେଶକମାନେ ଚିନ୍ତିତ ଅଛନ୍ତି। ସେଥିପାଇଁ ସେମାନେ ଭାରତୀୟ କଂପାନିଗୁଡ଼ିକର ସେୟାର ବିକ୍ରି କରି ନିବେଶ କରିଥିବା ରାଶି ଉଠାଇ ନେଉଛନ୍ତି। ଅଗଷ୍ଟ ୧ରୁ ୧୬ ତାରିଖ ମଧ୍ୟରେ ବିଦେଶୀ ନିବେଶକମାନେ ଭାରତୀୟ ଷ୍ଟକ ବଜାରରୁ ମୋଟ ୧୦,୪୧୬ କୋଟି ଟଙ୍କା ଉଠାଇ ନେଇଛନ୍ତି। ଇକ୍ବିଟି ବଜାରରୁ‌ ସେମା‌ନେ ୮୩୦୦ କୋଟି ଟଙ୍କା ନେଇଥିବା ବେଳେ ଡେବ୍‌ଟ ଓ ପ୍ରତିଭୂତି ବଜାରରେ ଲଗାଇଥିବା ୨୦୯୬ କୋଟି ଟଙ୍କା ମଧ୍ୟ କାଢ଼ି ନେଇଛନ୍ତି। ଗତ ଜୁଲାଇ ମାସରେ ବିଦେଶୀ ନିବେଶକମାନେ ଭାରତରୁ ୨୯୮୫ କୋଟି ଟଙ୍କା ପ୍ରତ୍ୟାହାର କରିନେଇଥିଲେ।

ସମ୍ବନ୍ଧିତ ଖବର