ଭୁବନେଶ୍ୱର: ଦେଶର ଅଗ୍ରଶର ନବରତ୍ନ ଆଲୁମିନିୟମ୍ ଉତ୍ପାଦନକାରୀ ସଂସ୍ଥା ନାଲ୍କୋ ବିଦେଶୀ ମୁଦ୍ରା ଆୟ କରିବାରେ ବିଶେଷ ସଫଳତା ହାସଲ କରିଛି। ଦେଶର ତିନି ଶ୍ରେଷ୍ଠ ବିଦେଶୀ ମୁଦ୍ରା ଆୟକାରୀ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମଧ୍ୟରେ ନାଲ୍କୋକୁ ସ୍ଥାନ ମିଳିଛି। ଆନ୍ତର୍ଜାତିକ ବଜାରରେ ଧାତୁ ବିକ୍ରି ବୃଦ୍ଧି ପାଇଥିବାରୁ କଂପାନିକୁ ଏହି ସଫଳତା ମିଳିଛି। ନିକଟରେ ନାଲ୍୍କୋ ଆନ୍ତର୍ଜାତିକ ବୃହତ ଖଣି କଂପାନି ରିଓ ଟିଣ୍ଟୋ ନର୍ସ୍କ ହାଇଡ୍ରୋର କଣ୍ଟ୍ରାକ୍ଟ ହାସଲ କରିଛି। ଏହା କଂପାନିର ଲାଭ ମାର୍ଜିନ ବଢ଼ାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ନାଲ୍କୋ ଏହାର ମାର୍କେଟିଂ ରଣନୀତିରେ ପରିବର୍ତ୍ତନ ଆଣି ଗ୍ଲୋବାଲ୍ ଟେଣ୍ଡର୍ ପ୍ରକ୍ରିୟା ଜରିଆରେ ସ୍ପଟ୍ ସେଲ୍ରେ ଦୀର୍ଘମିଆଦୀ କଣ୍ଟ୍ରାକ୍ଟ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଠିକ୍ ସମୟରେ ଜାହଜରେ ମାଲ୍ ପରିବହନ କରିବା ଉପରେ କଂପାନି ଗୁରୁତ୍ୱ ଦେଉଛି। ସିଆର୍ୟୁ, ମେଟାଲ୍ ବୁଲେଟିନ୍ ଏବଂ ପ୍ଲାକ୍ଟ ଭଳି ଗବେଷଣା ପ୍ରତିଷ୍ଠାନ ଅନୁସାରେ ନାଲ୍କୋର ଆଲୁମିନା ଓ ଧାତୁ ଲଣ୍ଡନ୍ ମେଟାଲ୍ ଏକ୍ସଚେଞ୍ଜ ଏବଂ ଆଲୁମିନିୟମ୍ ପ୍ରାଇସ୍ ଇଣ୍ଡେକ୍ସ ତୁଳନାରେ ଅଧିକ ପ୍ରିମିୟମ୍ ହାସଲ କରୁଛି। ଏ ସମ୍ପର୍କରେ ନାଲ୍କୋର ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ କହିଛନ୍ତି ଯେ, ଚଳିତ ମାସ, ନାଲ୍କୋ ପ୍ରତି ଟନ୍ ଆଲୁମିନା ପଛା ସର୍ବାଧିକ ମୂଲ୍ୟ ହାସଲ କରିଛି, ଯାହା କି ୨୦୦୬-୦୭ରେ ଥିବା ସର୍ବୋଚ୍ଚ ୬୩୩ ଆମେରିକୀୟ ଡଲାର୍ ଠାରୁ ମଧ୍ୟ ଅଧିକ। ବିଶ୍ୱର ଅନ୍ୟତମ ସର୍ବନିମ୍ନ ମୂଲ୍ୟରେ ଉତ୍ପାଦନକାରୀର ମାନ୍ୟତା ହାସଲ କରିଥିବା ନାଲ୍କୋ ବଜାରର ଅନୁକୂଳ ପରିସ୍ଥିତିର ଲାଭ ଉଠାଇ ପାରିଛି ଯାହା କି କମ୍ପାନୀର ଲାଭ ଏବଂ ଇବିଆଇଡିଟିଏକୁ ସିଧାସଳଖ ପ୍ରଭାବିତ କରୁଛି।
ଉଲ୍ଲେଖଯୋଗ୍ୟ, ନିକଟରେ ରାଜ୍ୟର ପୂର୍ବତନ ରାଜ୍ୟପାଳ ଡକ୍ଟର ଏସ୍ ସି ଜମିର ନାଲ୍କୋକୁ ପ୍ରଶଂସା କରି ଏକ ପତ୍ର ଲେଖିଥିଲେ। ନାଲ୍କୋକୁ ସେ ବୈଷୟିକ ଓ ଉଦ୍ୟୋଗିକ ଉତ୍କର୍ଷର ପ୍ରତୀକ। ଏନାଲ୍କୋ କର୍ପୋରେଟ୍ ଗଭର୍ଣ୍ଣାନ୍ସ ସ୍ୱଚ୍ଛତା ଏବଂ ସଚ୍ଚୋଟତା ଉପରେ ଆଧାରିତ ଯାହା କି ଅତ୍ୟନ୍ତ ପ୍ରଶଂସନୀୟ ବୋଲି ସେ ଚିଠିରେ ଲେଖିଥିଲେ। ନାଲ୍କୋ ୩୦ରୁ ଅଧିକ ରାଷ୍ଟ୍ରକୁ ଏହାର ଉତ୍ପାଦ ରପ୍ତାନି କରୁଛି।
ବିଦେଶୀ ମୁଦ୍ରା ଆୟରେ ନାଲ୍କୋର ସଫଳତା
/sambad/media/post_attachments/wp-content/uploads/2018/04/nalco-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)