‘ଫର୍ମ ନଂ-୨୪କ୍ୟୁ’ ଦାଖଲର ଶେଷ ତାରିଖ ମେ’ ୩୧

ଭୁବନେଶ୍ବର: କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ ଫର୍ମ ନମ୍ବର ୨୪କ୍ୟୁର ଆନେକ୍ସର-୨ରେ କେତେକ ପରିବର୍ତ୍ତନ କରାଯାଇଛି। ଉକ୍ତ ସଂଶୋଧନକୁ ଚଳିତ ମାସ ୧୨ ତାରିଖରୁ ଲାଗୁ କରାଯାଇଛି। ଏହି ଫର୍ମ ହେଉଛି ଏକ ‌ତ୍ରୟମାସିକ ଷ୍ଟେଟ୍‌ମେଣ୍ଟ୍‌ ଯାହାକୁ ଉଭୟ ସରକାରୀ ଓ ଅଣ-ସରକାରୀ ବେତନଭୋଗୀମାନଙ୍କର ଡିଡକ୍ଟରମାନେ ଦାଖଲ କରିଥାନ୍ତି। ଚଳିତ ବର୍ଷର ଜାନୁଆରି-ମାର୍ଚ ତ୍ରୟମାସ ପାଇଁ ଏହି ଫର୍ମ ଦାଖଲର ଶେଷ ତାରିଖ ହେଉଛି ମେ’ ୩୧। ଟିକସଦାତାମାନେ ଯେଭଳି ଅଧକ ବିବରଣୀ ଓ ସୂଚନା ପ୍ରଦାନ କରିପାରିବେ ସେଥିପାଇଁ ଫର୍ମ ନମ୍ବର ୧୬ ଓ ଫର୍ମ ନମ୍ବର ୨୪ କ୍ୟୁର ଆନେକ୍ସର-୨ରେ ସଂଶୋଧନ କରାଯାଇଛି। ଆଇଟିଆର୍‌ ଫର୍ମରେ ନିକଟରେ କରାଯାଇଥିବା ପରିବର୍ତ୍ତନ ଅନୁସାରେ ଏହି ଦୁଇ ଫର୍ମରେ ଆବଶ୍ୟକ ପରିବର୍ତ୍ତନ କରାଯାଇଛି।

ସମ୍ବନ୍ଧିତ ଖବର