ଭୁବନେଶ୍ବର: ବିଶ୍ବରରେ କରୋନା ମହାମାରୀ ପାଇଁ ଏବେ ଅର୍ଥନୈତିକ ମାନ୍ଦାବସ୍ଥା ଦେଖାଦେଇଛି। ଏଭଳି ସମୟରେ ଓଡ଼ିଶାକୁ ନୂଆ ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ୨୧୭୨.୯୨ କୋଟି ଟଙ୍କା ମୂଲ୍ୟର ୪ଟି ନିବେଶ ପ୍ରସ୍ତାବକୁ ଆଜି ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ ମଞ୍ଜୁରି କମିଟି (ଏସଏଲଏସଡବ୍ଲ୍ୟୁସିଏ) ବୈଠକରେ ମଞ୍ଜୁରି ପ୍ରଦାନ କରାଯାଇଛି। ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା କରାଯାଇ ମଞ୍ଜୁରି ଦିଆଯାଇଛି। ଏହି ୪ଟି ନୂଆ ନିବେଶ ପ୍ରସ୍ତାବ ଦ୍ବାରା ରାଜ୍ୟରେ ୧୧୨୨ ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ ବୋଲି ସରକାର କହିଛନ୍ତି।
୪ଟି ପ୍ରକଳ୍ପ ମଧ୍ୟରୁ ରୁଙ୍ଗଟା ମାଇନ୍ସ ଲିମିଟେଡର ଦୁଇଟି ପ୍ରକଳ୍ପ ରହିଛି। ଏହି କମ୍ପାନି ପକ୍ଷରୁ ୯୭୫ କୋଟି ଟଙ୍କା ବ୍ୟୟରେ ସୁନ୍ଦରଗଡ଼ ଜିଲ୍ଲାରେ ବାର୍ଷିକ ୩୪ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ବେନିଫିସିଏସନ୍ ପ୍ଲାଣ୍ଟ ସ୍ଥାପନ ହେବ। ଏଥିରେ ୨୯୦ ଜଣଙ୍କୁ ନିଯୁକ୍ତି ମିଳିବ। ସେହିଭଳି ଏହି କମ୍ପାନିର ଦ୍ବିତୀୟ ପ୍ରକଳ୍ପଟି ହେଲା ୨୦ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଭୂତଳ ସ୍ଲରି ପାଇପଲାଇନ। ଏହି ପାଇପଲାଇନ୍ କମ୍ପାନିର ବଣାଇ/ଚମ୍ପୁଆ ଉପଖଣ୍ଡ ଅଧୀନ ପ୍ରସ୍ତାବିତ ବେନିଫିସିଏସନ୍ ପ୍ଲାଣ୍ଟ ନିକଟରୁ ୩ଟି ଭିନ୍ନ କାରଖାନା ସ୍ଥଳୀକୁ ବିଛାଯିବ। ଏଥିପାଇଁ କମ୍ପାନି ୯୫୧ କୋଟି ଟଙ୍କା ନିବେଶ କରିବ। ଏଥିରେ ୭୨ ଜଣ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସେହିଭଳି ମେସର୍ସ ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି ଲିମିଟେଡ୍ର ସମ୍ବଲପୁର ଜିଲ୍ଲାର ପେଲେଟ୍ ପ୍ଲାଣ୍ଟ ସଂପ୍ରସାରଣକୁ ମଧ୍ୟ ମଞ୍ଜୁରି ଦିଆଯାଇଛି। କମ୍ପାନି ଏହି କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତାକୁ ୦.୩ ନିୟୁତ ଟନ୍ରୁ ୧.୨ ନିୟୁତ ଟନ୍କୁ ବୃଦ୍ଧି କରିବ। ଏଥିପାଇଁ କମ୍ପାନି ୭୬.୯୨ କୋଟି ଟଙ୍କା ନିବେଶ କରିବ। ଉକ୍ତ ନିବେଶ ଫଳରେ ୬୧୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମଞ୍ଜୁରି ହାସଲ କରିଥିବା ଚତୁର୍ଥ ପ୍ରକଳ୍ପଟି ହେଲା ମେସର୍ସ ୱେଲମ୍ୟାନ ଷ୍ଟିଲ୍ସ ଗାଙ୍ଗେୟ ସଫ୍ଲାଏ ଏଜେନ୍ସି ପ୍ରାଇଭେଟ ଲିମିଟେଡର। ଏହି କମ୍ପାନି ମୟୂରଭଞ୍ଜ ଜିଲ୍ଲାରେ ବାର୍ଷିକ ୧.୮ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ବେନିଫିସିଏସନ ପ୍ଲାଣ୍ଟ ଓ ୧.୨ ନିୟୁତ ଟନ ବିଶିଷ୍ଟ ପେଲେଟ୍ ପ୍ଲାଣ୍ଟ ସ୍ଥାପନ କରିବ। ଏ ବାବଦରେ ଉକ୍ତ କମ୍ପାନି ୧୭୦ କୋଟି ନିବେଶ କରିବ। ଫଳରେ ୧୫୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଇଛି। ବୈଠକରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ଯୋଗଦେଇ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକ ପ୍ରତିଶ୍ରୁତି ମୁତାବକ ଯେଭଳି ନିଯୁକ୍ତି ଦିଅନ୍ତି ତାହାକୁ ନିଶ୍ଚିତ କରିବାକୁ କହିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ ମୋନା ଶର୍ମା, ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ଶିଳ୍ପ ସଚିବ ହେମନ୍ତ ଶର୍ମା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସଚିବ ତଥା ଇଡକୋ ସିଏମଡି ସଂଜୟ ସିଂହ, ଇପିକଲ ସିଏମ୍ଡି ନୀତିନ ଭାନୁଦାସ ଜୱାଲେଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଓସୱାନ୍ ପ୍ଲାଟଫର୍ମରେ ଡିଜିଟାଲ ମୋଡ୍ରେ ହୋଇଥିବା କମିଟିର ଏହି ବୈଠକରେ ପ୍ରକଳ୍ପଗୁଡ଼ିକୁ ବିଚାର ପାଇଁ ଆଗତ କରାଯାଇଥିଲା। ଏସବୁ ପ୍ରକଳ୍ପଗୁଡ଼ିକୁ ମଞ୍ଜୁରି ଦେବା ସହିତ କେତେ ଜମି ଏବଂ ଜଳ ଆବଶ୍ୟକ ହେବ ତାହାର ଆକଳନ କରିବା ପାଇଁ ମୁଖ୍ୟ ଶାସନ ଶ୍ରୀ ତ୍ରିପାଠୀ ସଂପୃକ୍ତ ବିଭାଗ ଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରକଳ୍ପ ଗୁଡ଼ିକ ଯେଭଳି ଶୀଘ୍ର ଆରମ୍ଭ ହୋଇପାରିବ ସେଥିପାଇଁ ବିଭାଗ ଗୁଡ଼ିକ ତତ୍ପରତାର ସହିତ କାର୍ଯ୍ୟ କରିବାକୁ ଶ୍ରୀ ତ୍ରିପାଠୀ କହିଛନ୍ତି।

/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/secretary-odisha.jpg)