ଭୁବନେଶ୍ବର : ଛତିଶଗଡ଼ର ନୟା ରାୟପୁର ସ୍ଥିତ ବାଲ୍କୋ ମେଡିକାଲ୍ ସେଣ୍ଟର ପକ୍ଷରୁ ଚତୁର୍ଥ ବାର୍ଷିକ ଉତ୍ସବ ପାଳନ ଅବସରରେ ‘ବସନ୍ତୋତ୍ସବ ୨୦୨୨’ କାର୍ଯ୍ୟକ୍ରମ ଆୟୋଜନ କରିବ। ଏହି ମେଳା ମାର୍ଚ୍ଚ ୨୬ରେ ଆୟୋଜନ କରାଯିବ। ଏହା ଜରିଆରେ କ୍ୟାନସର ସହ ଲଢ଼େଇ କରୁଥିବା ଯୋଦ୍ଧାମାନଙ୍କ ସାହାସକୁ ସମ୍ମାନ ଜଣାଇବା ଏବଂ କ୍ୟାନସରକୁ ନେଇ ସଚେତନତା ବଢ଼ାଇବା ଲାଗି ଏହା ଉଦ୍ୟମ କରିବ। ଏହି ଅବସରରେ କ୍ୟାନସର ରୋଗୀ ଓ ସେମାନଙ୍କ ପରିବାରବର୍ଗଙ୍କ ଲାଗି ବିଭିନ୍ନ ମନୋରଞ୍ଜନକାରୀ ଖେଳ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଆୟୋଜନ କରାଯିବ। ଏହି ମେଳାରେ ନାଗପୁର ଓ ରାୟପୁରର ଅଣ ଲାଭକାରୀ ସଂସ୍ଥାଗୁଡ଼ିକ ମଧ୍ୟ ସାମିଲ ହେବେ। ବେଦାନ୍ତ ମେଡିକାଲ୍ ରିସର୍ଚ୍ଚ ଫାଉଣ୍ଡେସନ ପକ୍ଷରୁ ୧୭୦ ଶଯ୍ୟା ବିଶିଷ୍ଟ ବାଲ୍କୋ ମେଡିକାଲ୍ ସେଣ୍ଟର୍କୁ ସ୍ଥାପନ କରାଯାଇଛି ଯେଉଁଥିରେ ୫୦ରୁ ଅଧିକ ବିଶେଷଜ୍ଞ ଚିକିତ୍ସକ ରହିଛନ୍ତି। କ୍ୟାନସର ରୋଗ ପାଇଁ ଏଠାରେ ବିଶ୍ବସ୍ତରୀୟ ଚିକିତ୍ସା ସୁବିଧା ରହିଛି।
ବାଲ୍କୋ ମେଡିକାଲ୍ ସେଣ୍ଟର୍ର ଚତୁର୍ଥ ବାର୍ଷିକ ଉତ୍ସବ
/sambad/media/post_attachments/wp-content/uploads/2022/03/2-22.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)