ଭୁବନେଶ୍ୱର: ସର୍ବ ଭାରତୀୟ ବ୍ୟାଙ୍କ ଅଫିସର ମହାସଂଘ (ଏଆଇବିଓସି)ର ଜାତୀୟ ସାଧାରଣ ସମ୍ପାଦକ ଡ. ଡି ଟି ଏଫ୍ ଫ୍ରାଙ୍କୋ ଏକ ଦୁଇଦିନିଆ ଗସ୍ତ କାର୍ଯ୍ୟକ୍ରମରେ ଆସି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ସ୍ମାରକପତ୍ର ଦେଇଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡ଼ିକୁ ସୁଦୃଢ଼ କରିବା ସହିତ ଏଫ୍ଆର୍ଡିଆଇ ବିଲ୍କୁ ପାର୍ଲାମେଣ୍ଟରେ ବିରୋଧ କରିବାକୁ ସ୍ମାରକପତ୍ରରେ ଅନୁରୋଧ କରାଯାଇଛି। ଡ. ଫ୍ରାଙ୍କୋଙ୍କ ସହିତ ସଂଘର ଜାତୀୟ ବରିଷ୍ଠ ଉପସଭାପତି ସଂବିତ ମିଶ୍ର ଓ ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ଦାମୋଦର ନନ୍ଦ ଉପସ୍ଥିତ ଥିଲେ।
ଗତକାଲି ଡ. ଫ୍ରାଙ୍କୋ ଏସ୍ବିଆଇର ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟରେ ଓଡ଼ିଶା କାର୍ଯ୍ୟକାରିଣୀଙ୍କୁ ସମ୍ବୋଧିତ କରିଥିଲେ। କର୍ମଚାରୀ ଓ ଅଧିକାରୀଙ୍କ ବେତନ ବୃଦ୍ଧି ଓ ପେନ୍ସନ୍ଭୋଗୀଙ୍କ ଦାବି ପୂରଣ ପାଇଁ ସରକାର ଓ ଆଇବିଏ ଅଯଥା କାଳ ବିଳମ୍ବ କରୁଛନ୍ତି। ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ଆସନ୍ତା ମାର୍ଚ ୧୫ରେ ସର୍ବଭାରତୀୟ ଧର୍ମଘଟ ହେବାକୁ ଯାଉଛି। ଏହାକୁ ସଫଳ କରିବାକୁ ସେ ଆହ୍ଵାନ ଦେଇଥିଲେ। ଭବାନୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସବ୍ୟସାଚୀ ସ୍ୱାଇଁ, ସଂବିତ ମିଶ୍ର, ବିବେକାନନ୍ଦ ଦାସ, ଦାମୋଦର ନନ୍ଦ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଶେଷରେ ପ୍ରମୋଦ ମେକାପ ଧନ୍ୟବାଦ ଦେଇଥିଲେ।
ଏଫ୍ଆର୍ଡିଆଇ ବିଲ୍କୁ ବ୍ୟାଙ୍କ ଅଫିସରଙ୍କ ବିରୋଧ : ମାର୍ଚ ୧୫ରେ ଧର୍ମଘଟ
/sambad/media/post_attachments/wp-content/uploads/2018/02/FRDI.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)