ଭୁବନେଶ୍ବର : ଶିକ୍ଷିତ ଯୁବକଯୁବତୀମାନଙ୍କୁ ନିଯୁକ୍ତି ଉପଯୋଗୀ କୋଚିଂ ମାଗଣାରେ ପ୍ରଦାନ କରିବା ଲାଗି ସୁନ୍ଦରଗଡ଼ରେ ଆରମ୍ଭ କରାଯାଇଥିବା ସୁଦକ୍ଷ ନାମକ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ ଉଦଘାଟନ କରିଛନ୍ତି। ସୁନ୍ଦରଗଡ଼ର ପତ୍ରାପାଲିଠାରେ ଥିବା ସୁଦକ୍ଷ କେନ୍ଦ୍ରରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଚଳିତ ସପ୍ତାହରେ ରାଉରକେଲା ଓ ବଣାଇଁ ଠାରେ ଆଉ ଦୁଇଟି କେନ୍ଦ୍ର ଖୋଲିବ। ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏହି କାର୍ଯ୍ୟକ୍ରମ ପାଇଁ ଆର୍ଥିକ ସହାୟତା ଦେଉଥିବା ବେଳେ ନିୟତି ଫାଉଣ୍ଡେସନ ଏହାର ପରିଚାଳନା ଦାୟିତ୍ବ ନେଇଛି। ଏହି କାର୍ଯ୍ୟକ୍ରମରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷା ଲାଗି କୋଚିଂ ପ୍ରଦାନ କରାଯିବ।
ସୁଦକ୍ଷ କାର୍ଯ୍ୟକ୍ରମରେ ମାଗଣା କୋଚିଂ ସୁବିଧା
/sambad/media/post_attachments/wp-content/uploads/2021/02/SUDAKHYA-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)