ରାଜ୍ୟଙ୍କ ଦରଦାମ୍ ମୁକାବିଲା ପଦକ୍ଷେପ: ଲକ୍ଷେ କୋଟିର ଘୋଷଣା

ମାଗଣାରେ ବିଜୁଳି, ହିତାଧିକାରୀଙ୍କ ହାତକୁ ଟଙ୍କା

ନୂଆଦିଲ୍ଲୀ,: ଅଗଷ୍ଟ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭%କୁ ବୃଦ୍ଧି ପାଇବା ପରେ ଦରଦାମ୍ ସ୍ଥିତିର ମୁକାବିଲା ଲାଗି ରାଜ୍ୟଗୁଡ଼ିକ ମଧ୍ୟ ସଜାଗ ହୋଇପଡ଼ିଛନ୍ତି। ଦରବୃଦ୍ଧିର ଯନ୍ତ୍ରଣାକୁ ସାମ୍ନା କରୁଥିବା ପରିବାରଗୁଡ଼ିକର କଷ୍ଟ ଲାଘବ କରିବା ଲାଗି ୧୦ଟି ରାଜ୍ୟ ପ୍ରାୟ ଏକ ଲକ୍ଷ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ହିତାଧିକାରୀଙ୍କ ପାଖରେ ସିଧାସଳଖ ଟଙ୍କା ପହଞ୍ଚାଇବାଠାରୁ ଆରମ୍ଭ କରି ବିଦ୍ୟୁତ ବିଲ୍ ସବ୍‌ସିଡି ବାବଦରେ ଏହି ସହାୟତା ଦିଆଯାଉଛି। ଓନାମ ପର୍ବ ଅବସରରେ କେରଳ ପକ୍ଷରୁ ୮ ନିୟୁତ ପରିବାରକୁ ୪୫୦ ଟଙ୍କା ବିଶିଷ୍ଟ ଖାଦ୍ୟ ପ୍ୟାକେଟ୍‌ ମାଗଣାରେ ପ୍ରଦାନ କରାଯାଇଛି।

ଏହା ସହିତ ୫ ଲକ୍ଷ ଶ୍ରମିକମାନଙ୍କ ପାଇଁ ୧୦୦୦ ଟଙ୍କାର ଅତିରିକ୍ତ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନା ଘୋଷଣା କରାଯାଇଛି। ପଞ୍ଜାବ ଓ ଦିଲ୍ଲୀରେ ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ ଘର ପିଛା ୩୦୦ କିଲୋୱାଟ୍‌ର ବିଦ୍ୟୁତ ମାଗଣାରେ ପ୍ରଦାନ କରାଯାଉଥିବା‌ ବେଳେ ରାଜ୍ୟ ସରକାର ଚଲାଉଥିବା ବସ୍‌ରେ ମହିଳାଙ୍କୁ ମାଗଣାରେ ଯାତାୟାତ ସୁବିଧା ଦିଆଯାଉଛି। ସେହିପରି, କଂଗ୍ରେସ ଶାସିତ ରାଜସ୍ଥାନ ସରକାର ମଧ୍ୟ ସହରୀ ଗରିବଙ୍କ ପାଇଁ ନିଯୁକ୍ତ କର୍ମନିଯୁକ୍ତି ସ୍କିମ୍ ଘୋଷଣା କରିଛନ୍ତି। ପ୍ରତି ପରିବାରକୁ ୫୦ ୟୁନିଟ୍‌ ବିଦ୍ୟୁତ ମାଗଣାରେ ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶ ସରକାର ମଧ୍ୟ ବିଦ୍ୟୁତ ଶୁଳ୍କ ହ୍ରାସ କରିଥିବା ବେଳେ ଗରିବ ପରିବାରଙ୍କୁ ପାଣ୍ଠି ହସ୍ତାନ୍ତର ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର