ଚେନ୍ନାଇ: ଏଲ୍ଜି ଇଲେକ୍ଟ୍ରୋନିକ୍ସ ଇଣ୍ଡିଆ ପକ୍ଷରୁ ‘କରେରୋଶନି’ ନାମକ ଅଭିଯାନ ଆରମ୍ଭ କରାଯାଇଥିଲା। ଶଙ୍କର ଆଇ ହସ୍ପିଟାଲ୍ ସହଯୋଗରେ ଆରମ୍ଭ କରାଯାଇଥିବା ଏହି ଅଭିଯାନରେ ହଜାର ହଜାର ଲୋକଙ୍କୁ ମାଗଣା ଚକ୍ଷୁ ଅସ୍ତ୍ରୋପଚାର ସୁବିଧା ପ୍ରଦାନ କରାଯାଉଛି। ପୂର୍ବରୁ ସେନା ଯବାନମାନଙ୍କ କଲ୍ୟାଣ ପାଇଁ କଂପାନି ‘କର୍ସଲାମ୍’ ଅଭିଯାନ ଆରମ୍ଭ କରିଥିଲା। ଏବେ ଦୀପାବଳିକୁ ଦୃଷ୍ଟିରେ ରଖି ‘କରେରୋଶନି’ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନରେ ଦୃଷ୍ଟିହୀନମାନଙ୍କୁ ଦୃଷ୍ଟିଶକ୍ତି ଫେରାଇବା ଭଳି ମହତ୍ କାର୍ଯ୍ୟ କରାଯାଉଛି। ଏଲ୍ଜିର ଗ୍ରାହକମାନେ ଏଲ୍ଜି ସପିରେ ନିଜର ଚକ୍ଷୁଦାନ ମଧ୍ୟ କରିପାରିବେ। କଂପାନି ପକ୍ଷରୁ ସମର୍ଥନମ୍ ଟ୍ରଷ୍ଟ୍ ଫର ଦି ଡିଜେବଲ୍ଡ ସହିତ ମଧ୍ୟ ବୁଝାମଣା କରାଯାଇଛି। ଏହା ଜରିଆରେ କଂପାନି ଗ୍ରାହକମାନଙ୍କୁ ଦୃଷ୍ଟିହୀନ କ୍ରିକେଟ୍ ଟିମ୍ ସହିତ ମ୍ୟାଚ୍ ଖେଳିବାର ସୁଯୋଗ ପ୍ରଦାନ କରୁଛି। କରେରୋଶନି ହେଉଛି ଏଲ୍ଜିର ଏକ ସ୍ୱତନ୍ତ୍ର ଅଭିଯାନ ବୋଲି କଂପାନିର ପରିଚାଳନା ନିର୍ଦେଶକ କିମ୍ କି ଓ୍ଵାନ୍ କହିଛନ୍ତି। ଏଲ୍ଜି ଭଳି ବ୍ରାଣ୍ଡ୍ ସହ ଯୋଡ଼ି ହୋଇଥିବାରୁ ଆମେ ବହୁତ ଆନନ୍ଦିତ ବୋଲି ଶଙ୍କର ଆଇ ହସ୍ପିଟାଲ୍ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦେଶକ ଡକ୍ଟର ଆର୍ ଭି ରମଣୀ କହିଛନ୍ତି।
ଏଲ୍ଜିର ମାଗଣା ଚକ୍ଷୁ ଚିକିତ୍ସା ସେବା
/sambad/media/post_attachments/wp-content/uploads/2017/10/LG.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)