ଚଣ୍ଡିଗଡ଼ : ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ଡିଭିସା ହର୍ବାଲ୍ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ‘ମେରା ଗିଫ୍ଟ’ (ମୋ ଉପହାର) ଅଭିଯାନ ଆୟୋଜନ କରାଯାଇଥିଲା। ଏହି ଅଭିଯାନରେ କଂପାନି ୧,୧୬,୨୪୧ ଜଣ ମହିଳାଙ୍କୁ ମାଗଣାରେ ସଚ୍ଚି ସହେଲି ଆୟୁର୍ବେଦିକ ଟନିକ୍ ଉପହାର ଭାବେ ପ୍ରଦାନ କରିଛି। କଂପାନିର ପ୍ରତିନିଧି ସୋନିଆ ବଜାଜ କହିଛନ୍ତି ଯେ ମାର୍ଚ୍ଚ ୮ ତାରିଖ ଦିନ ୧୨ଟାରେ ଲକ୍ଷାଧିକ ମହିଳା ସଚ୍ଚି ସହେଲି ୱେବସାଇଟ୍ ପରିଦର୍ଶନ କରିଥିଲେ। କିଛି ମିନିଟ୍ ଭିତରେ ଲକ୍ଷାଧିକ ବରାଦ ଆସିଥିଲା। ସ୍ଥିତି ଏଭଳି ହୋଇଥିଲା ଯେ ଦିନ ୨ଟାରେ ଅଫରକୁ ବନ୍ଦ କରିବାକୁ ପଡ଼ିଥିଲା। ଏହି ଅଭିଯାନରେ କଂପାନି ମହିଳାମାନଙ୍କୁ ମାଗଣରେ ସଚ୍ଚି ସହେଲି ପ୍ରଦାନ କରିଛି। ଏଥିପାଇଁ କୌଣସି ଫି’ କିମ୍ବା ସିପିଙ୍ଗ ଶୁଳ୍କ ମଧ୍ୟ ସଂଗ୍ରହ କରିନାହିଁ।
‘ସଚ୍ଚି ସହେଲି’ର ମହିଳାଙ୍କୁ ମାଗଣା ଉପହାର
/sambad/media/post_attachments/wp-content/uploads/2022/03/sachi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)