ଭୁବନେଶ୍ବର: ସନ୍ସାଇନ୍ ହସ୍ପିଟାଲ ଭୁବନେଶ୍ୱର ସହଯୋଗରେ ଏମ୍ଡି କ୍ରିଏସନ୍ସ ଆଣ୍ଡ୍ ଗ୍ରୁପ୍ ଦ୍ବାରା ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଖୋର୍ଦ୍ଧା ବିଏସ୍ଏଫ୍ କ୍ୟାମ୍ପରେ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସ୍ନାୟୁ ରୋଗ, ଅସ୍ଥିରୋଗ, ହୃଦରୋଗ ଏବଂ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଭାଗର ଡାକ୍ତରମାନେ ଯୋଗଦେଇ ଚିକିତ୍ସା ଓ ମାଗଣା ଔଷଧ ଯୋଗାଇ ଦେଇଥିଲେ। ଡା. ସଚ୍ଚିଦାନନ୍ଦ ସ୍ୱାଇଁ, ଡା. ସୁବାଶିଷ ସିଂହ, ଡା. ଦେବାଶିଷ ଷଡ଼ଙ୍ଗୀ , ଡା. ଆଦିତ୍ୟ ପାଢ଼ୀ , ଡା. ସ୍ୱପ୍ନିତା ହୋତା, ଡା. ରାକେଶ ବେହେରା ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ। ସନ୍ସାଇନ୍ ହସ୍ପିଟାଲର ନିର୍ଦ୍ଦେଶକ ଅୟସକାନ୍ତ ମହାନ୍ତି ଓ ଉପ ମହାନିରୀକ୍ଷକ ଦିବାକର କୁମାର, କମାଣ୍ଡାଣ୍ଟ ସନ୍ଦୀପ, ଡେପୁଟି କମାଣ୍ଡାଣ୍ଟ୍ ଦୀପକ କୁମାର ମହାନ୍ତି, ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ ଶମ୍ଭୁ ବୈଦ୍ୟ, ଏମ୍ଡି କ୍ରିଏସନ ଆଣ୍ଡ୍ ଗ୍ରୁପ୍ ପକ୍ଷରୁ କାର୍ଯ୍ୟକାରୀ ମୁଖ୍ୟ ମମତା ଦାଶ, ମନୋରଞ୍ଜନ ଦାସ, ସଦସ୍ୟ ସବ୍ୟସାଚୀ, ସୁଜାତା, ଇନ୍ଦିରା, ବେବୀରାଣୀ ପ୍ରମୁଖ ଉପସ୍ଥିତ ଥିଲେ। ଶିବିରରେ ପ୍ରାୟ ୮୦ ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।
ମାଗଣା ସ୍ବାସ୍ଥ୍ୟସେବା ଶିବିର
ସନ୍ସାଇନ୍ ହସ୍ପିଟାଲ ଭୁବନେଶ୍ୱର ସହଯୋଗରେ ଏମ୍ଡି କ୍ରିଏସନ୍ସ ଆଣ୍ଡ୍ ଗ୍ରୁପ୍ ଦ୍ବାରା ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଖୋର୍ଦ୍ଧା ବିଏସ୍ଏଫ୍ କ୍ୟାମ୍ପରେ ଅନୁଷ୍ଠିତ ହୋଇଯାଇଛି।
/sambad/media/media_files/2025/09/08/untitled-17-2025-09-08-07-45-13.jpg)