ଅଡିଜୋନ୍‌ରେ ମାଗଣା ଶ୍ରବଣ ପରୀକ୍ଷା

ଭୁବନେଶ୍ବର: ଅଡିଜୋନ୍ ପକ୍ଷରୁ ବିଶ୍ବ ଶ୍ରବଣ ଦିବସ ପାଳନ କରାଯାଉଛି। ଏହି ଅବସରରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସଂସ୍ଥାର ବିଭିନ୍ନ ସ୍ଥାନରେ ଥିବା ଶାଖାରେ ମାଗଣା ଶ୍ରବଣ ପରୀକ୍ଷା କରାଯିବ। ଭୁବନେଶ୍ବର, କଟକ, ବାଲେଶ୍ବର, କେନ୍ଦୁଝର, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର, କୋରାପୁଟ ଓ ଜାମସେଦପୁର ଟାଟା‌ରେ କଂପାନିର ଶାଖା ରହିଛି। ବୟସ୍କ ବ୍ୟକ୍ତିଙ୍କ ଲାଗି ହୋମ୍ ଭିଜିଟ୍‌ର ସୁବିଧା ରହିଛି।

ସଂସ୍ଥା ପକ୍ଷରୁ ଉନ୍ନତ ମାନର ଯନ୍ତ୍ରପାତି ଜରିଆରେ ଶ୍ରବଣ ପରୀକ୍ଷା କରାଯାଉଥିବା ବେଳେ ଲୋକମାନଙ୍କ ଜୀବନଶୈଳୀକୁ ସୁହାଇବା ଭଳି ଅଦୃଶ୍ୟ, ରିଚାର୍ଜେବଲ୍, ବ୍ଲୁ ଟୁଥ୍‌, ୱାଟରପ୍ରୁଫ୍‌ ଭଳି ବିଭିନ୍ନ ପ୍ରକାର ଶ୍ରବଣ ଯନ୍ତ୍ର ପ୍ରଦାନ କରଯାଉଛି। ଜର୍ମାନି, ଡେନ୍‌ମାର୍କ ଓ ସ୍ବିଜରଲ୍ୟାଣ୍ଡ୍‌ ଆଦିର ଶ୍ରବଣ ଯନ୍ତ୍ର କଂପାନି ଉପଲବ୍ଧ କରାଉଛି। ଶ୍ରବଣ ଯନ୍ତ୍ର ଉପରେ ଆକର୍ଷଣୀୟ ରିହାତି ସହ ୪ ବର୍ଷ ପର୍ଯ୍ୟନ୍ତର ୱାରେଣ୍ଟି, ଏକ ବର୍ଷ ପର୍ଯ୍ୟନ୍ତ ମାଗଣାରେ ବ୍ୟାଟେରି ପ୍ରଦାନ କରାଯାଉଛି। କଂପାନିର ନିର୍ଦେଶକ ଭାବେ ଦିଲ୍ଲୀପ କୁମାର ମିଶ୍ର, ଉତ୍ପଳ ଚନ୍ଦ୍ର ପ୍ରଧାନ, ତ୍ରିଲୋଚନ ପ୍ରଧାନ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର