ଆପ୍ଟି ପ୍ଲସ୍‌ରେ ମାଗଣା ମକ୍‌ ଟେଷ୍ଟ୍

ଭୁବନେଶ୍ବର : ଅକ୍ଟୋବର ୧୬ରେ ହେବାକୁ ଥିବା ଓଏଏସ୍ ପ୍ରିଲିମ୍‌ସ ପରୀକ୍ଷାକୁ ଦୃଷ୍ଟିରେ ରଖି ଆପ୍ଟି ପ୍ଲସ୍ ଆଇଏଏସ୍ ଏକାଡେମିରେ ମାଗଣାରେ ଦୁଇଟି ମକ୍ ଟେଷ୍ଟ ଦିଆଯିବ। ଏହି ପରୀକ୍ଷା ସେପ୍ଟେମ୍ବର ୧୮ ଓ ୨୫ ତାରିଖ ରବିବାର ଆୟୋଜନ କରାଯିବ। ଏଥିରେ ଛାତ୍ରଛାତ୍ରୀମାନେ ନିଃଶୁଳ୍କରେ ଯୋଗ ଦେଇପାରିବେ। ଅଫଲାଇନ୍‌ରେ ହେବାକୁ ଥିବା ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଉଭୟ ଅଫଲାଇନ୍ ଓ ଅନଲାଇନ୍‌ରେ ଆବେଦନ କରିପାରିବେ। ମକ୍ ଟେଷ୍ଟ ପାଇଁ ପ୍ରଶ୍ନାବଳୀକୁ ଏନ୍‌ସିଇଆର୍‌ଟି ପାଠ୍ୟକ୍ରମ ଓ ସାମ୍ପ୍ରତିକ ଘଟଣାବଳୀକୁ ନେଇ ପୂର୍ବତନ ଓପିଏସ୍‌ସି ସଦସ୍ୟ ଓ ବରିଷ୍ଠ ଫାକଲଟି ସଦସ୍ୟମାନେ ପ୍ରସ୍ତୁତ କରିଛନ୍ତି। ଆପ୍ଟି ପ୍ଲସ୍‌ ପକ୍ଷରୁ କୁହାଯାଇଛି ଯେ ପ୍ରତିବର୍ଷ ଏହାର ଛାତ୍ରଛାତ୍ରୀମାନେ ଆଇଏଏସ୍ ଓ ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେଉଛନ୍ତି। ଓଏଏସ୍‌-୨୦୧୯ ପରୀକ୍ଷାରେ ୧୧୯ ଜଣ ଛାତ୍ରଛାତ୍ରୀ ସଫଳତା ପାଇଥିବା ବେଳେ ପ୍ରଥମ ତିନିଟି ରୢାଙ୍କରେ ଆପ୍ଟି ପ୍ଲସ୍‌ର ଛାତ୍ରଛାତ୍ରୀ ଥିଲେ। ଆଇଏଏସ୍ ୨୦୨୧ ପରୀକ୍ଷାରେ ଏହାର ୪୫ରୁ ଅଧିକ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିଲେ। ୨୦୨୩ ପ୍ରଶାସନିକ ସେବା ପରୀକ୍ଷା ପାଇଁ ଆପ୍ଟି ପ୍ଲସ୍‌ରେ ନାମ ଲେଖା ଚାଲୁ ରହିଛି।

ସମ୍ବନ୍ଧିତ ଖବର