ଭୁବନେଶ୍ବର: ବ୍ରାଣ୍ଡ୍ ଫ୍ୟାକ୍ଟ୍ରିର ଭୁବନେଶ୍ବର ଓ କଟକ ଠାରେ ଥିବା ଷ୍ଟୋର୍ରେ ଚଳିତ ମାସ ୪ରୁ ୮ ତାରିଖ ପର୍ଯ୍ୟନ୍ତ ଫ୍ରି ସପିଙ୍ଗ୍ ୱିକେଣ୍ଡ୍ ଆୟୋଜନ କରାଯିବ। ଗ୍ରାହକମାନେ ଏହି ଅବସରରେ ୨୦୦ରୁ ଅଧିକ ନାମୀଦାମୀ ବ୍ରାଣ୍ଡ୍ର ପୋଷାକ, ଆକ୍ସେସୋରିଜ୍ ଆଦି ସପିଙ୍ଗ୍ କରିବା ବେଳେ ଆକର୍ଷଣୀୟ ଅଫର ପାଇପାରିବେ। କଂପାନି ତରଫରୁ କୁହାଯାଇଛି ଯେ, ଫ୍ରି ସପିଙ୍ଗ୍ ୱିକେଣ୍ଡ୍ରେ ଗ୍ରାହକମାନେ ୫୦୦୦ ଟଙ୍କା ମୂଲ୍ୟର ସପିଙ୍ଗ୍ କଲେ ୨୦୦୦ ଟଙ୍କା ଦେବେ। ସେହି ଦୁଇ ହଜାର ଟଙ୍କାକୁ ମଧ୍ୟ ବିଭିନ୍ନ ପ୍ରକାରରେ ସେମାନଙ୍କୁ କଂପାନି ଫେରାଇ ଦେବ। ୧୨୦୦ ଟଙ୍କା ମୂଲ୍ୟର ଗିଫ୍ଟ ଭାଉଚର୍, ୫୦୦ ଟଙ୍କା ମୂଲ୍ୟର ପୋଷାକ ଓ ଫ୍ୟୁଚର୍ ପେ’ ୱାଲେଟ୍ରେ ୩୦୦ ଟଙ୍କାର କ୍ୟାସ୍ବ୍ୟାକ୍ ପ୍ରଦାନ କରି ଗ୍ରାହକଙ୍କ ସପିଙ୍ଗ୍କୁ କଂପାନି ସମ୍ପୂର୍ଣ୍ଣ ମାଗଣା କରିଦେବ। ଏହି ୱିକେଣ୍ଡ୍ ପାଇଁ ଗ୍ରାହକମାନେ ଅନ୍ଲାଇନ୍ରେ ଆଗୁଆ ଟିକଟ୍ ମଧ୍ୟ ବୁକିଙ୍ଗ୍ କରିପାରିବେ ଯାହା ୧୦୦ ଏବଂ ୨୫୦ ଟଙ୍କା ମୂଲ୍ୟରେ ଉପଲବ୍ଧ ହେଉଛି।
ବ୍ରାଣ୍ଡ୍ ଫ୍ୟାକ୍ଟ୍ରିରେ ଫ୍ରି ସପିଙ୍ଗ୍ ୱିକେଣ୍ଡ୍: ୫୦୦୦ ଟଙ୍କା ମୂଲ୍ୟର ସପିଙ୍ଗ୍ କଲେ ୨୦୦୦ ଟଙ୍କା ଦେବେ
/sambad/media/post_attachments/wp-content/uploads/2019/12/rr5g4s5fg4s5df6g4sd65g4sd65g4sd6g5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)