ଏଫ୍‌ବିବିରେ ଫ୍ରାଇଡେ ଟ୍ରାଏ ଡେ’ ଅଫର୍

ଭୁବନେଶ୍ୱର: ଫ୍ୟୁଚର ଗ୍ରୁପର ଏଫବିବି ପକ୍ଷରୁ ‘ଏଭ୍ରି ଫ୍ରାଇଡେ ଇଜ ଏ ଟ୍ରାଏ ଡେ’ ଅଫର ଘୋଷଣା କରାଯାଇଛି। ଆସନ୍ତା ୭ ତାରିଖ ଶୁକ୍ରବାର ଠାରୁ ଏହା ଆରମ୍ଭ ହେବ। ପ୍ରତ୍ୟେକ ଶୁକ୍ରବାର ଏଫବିବିରେ ଗ୍ରାହକମାନେ ଫ୍ୟାସନ ସପିଂ ଡେ’କୁ ଉପଭୋଗ କରିପାରିବେ। ଏହି ଅବସରରେ ଏଫବିବି ପକ୍ଷରୁ ବିଭିନ୍ନ ଉତ୍ପାଦ ଉପରେ ଆକର୍ଷଣୀୟ ଅଫର ପ୍ରଦାନ କରାଯିବ। ଉକ୍ତ ଅଭିଯାନ ସମ୍ପର୍କରେ ଏଫବିବିର ସିଓଓ, ରାଜେଶ ସେଠ୍ କୁହନ୍ତି, ‘ଏଭ୍ରି ଫ୍ରାଇଡେ ଇଜ ଏ ଟ୍ରାଏ ଡେ’ ହେଉଛି ଏପରି ଏକ ପଦକ୍ଷେପ, ଯାହା ଦ୍ୱାରା ଗ୍ରାହକମାନେ ଅତ୍ୟାଧୁନିକ ଫ୍ୟାସନ ଗୁଡ଼ିକ ବ୍ୟୟସାପେକ୍ଷ ମୂଲ୍ୟରେ ପ୍ରତ୍ୟେକ ଶୁକ୍ରବାର ଦିନ ପାଇପାରିବେ। ଗ୍ରାହକମାନେ ସେମାନଙ୍କ ନିକଟସ୍ଥ ଏଫବିବି ଷ୍ଟୋରରେ ପ୍ରତ୍ୟେକ ଶୁକ୍ରବାର ପୁରୁଷ ଏବଂ ମହିଳା ମାନଙ୍କ ସ୍ୱତନ୍ତ୍ର ପରିଧାନ କ୍ରୟକରି ୧୦୦ ଟଙ୍କାର ରିହାତି ପାଇପାରିବେ ।

ସମ୍ବନ୍ଧିତ ଖବର