ଟିକେଟ୍‌ ବୁକିଂ ବେଳେ ଆଧାର ସଂଯୋଗ କଲେ ବିନା ତନଖିରେ ବିମାନ ବନ୍ଦରର ବୋର୍ଡିଂ ଗେଟ୍‌ ପାଖକୁ ଯାଇହେବ

ନୂଆଦିଲ୍ଲୀ: ଆଗାମୀ ବର୍ଷଠାରୁ କୋଲକାତା, ଅହମ୍ମଦାବାଦ୍‌ ଏବଂ ବିଜୟଓ୍ଵାଡ଼ାରୁ ଯାତ୍ରା କରୁଥିବା ଘରୋଇ ଯାତ୍ରୀମାନେ ଯଦି ଟିକେଟ୍‌ ବୁକଂ ସମୟରେ ସେମାନଙ୍କ ଟିକେଟ୍‌ ସହ ଆଧାର ସଂଯୋଗ କରାଇବେ ତେବେ ସେମାନେ ସିଧା ସଳଖ ବିମାନ ବନ୍ଦରର ବୋର୍ଡିଂ ଗେଟ୍‌ ପାଖକୁ ଯାଇପାରିବେ। ଏୟାର୍‌ପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ(ଏଏଆଇ) ଆଗାମୀ ବର୍ଷଠାରୁ ପାଇଲଟ୍‌ ପରିଯୋଜନା ଭାବେ ସରକାରଙ୍କର ‘ଡିଜି ଯାତ୍ରା’ କାର୍ଯ୍ୟାରମ୍ଭ କରିବ। ଏହି ତିନି ବିମାନ ବନ୍ଦର ପରି ଧୀରେ ଧୀରେ ଅନ୍ୟ ବିମାନ ବନ୍ଦରଗୁଡ଼ିକରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ କରାଯିବ।

ଏହି ପ୍ରକ୍ରିୟା ସଫଳ ହେବା ପରେ ସମୟକ୍ରମେ କାଗଜ ଆଇଡି, କାଗଜ ଟିକେଟ ଏବଂ ବୋଡିଂ କାର୍ଡ ଆଦିର ଗୁରୁତ୍ୱ କମିଯିବ। ଫଳରେ ସରକାରଙ୍କ ଡିଜିଟାଲ୍‌ ଇଣ୍ଡିଆର ସ୍ୱପ୍ନ ସାକାର ହେବ। ଏ ସଂପର୍କରେ ଏଏଆଇର ଅଧ୍ୟକ୍ଷ ଗୁରୁପ୍ରସାଦ ମହାପାତ୍ର କହିଛନ୍ତି, ‘ଯାତ୍ରୀମାନେ ଟିକେଟ୍‌ ବୁକିଂ କରିବା ସମୟରେ ଆଧାର ନମ୍ବର ଦେବା ପାଇଁ ଏକ ଅପ୍‌ସନ୍‌ ଦୃଶ୍ୟମାନ ହେବ। ସେଠାରେ ଆଧାର ସଂଯୋଗ କରିହେବ। ଫଳରେ ବିମାନ ବନ୍ଦରରେ ପ୍ରବେଶ ସମୟରେ ଟିକେଟ୍‌ରେ ଥିବା ବାର୍‌ କୋର୍ଡକୁ ଇଗେଟ୍‌ ଦ୍ୱାରା ଯାଞ୍ଚ୍‌ କରାଯିବ। ତା’ପରେ ଯାତ୍ରୀଙ୍କ ପାଇଁ ଇଗେଟ୍‌ ଖୋଲିଯିବ। ଯାତ୍ରୀମାନେ ଆଉ ଚେକିଂ ପାଇଁ ଗେଟ୍‌ ପାଖରେ ଠିଆ ନହୋଇ ସିଧାସଳଖ ଭିତରକୁ ଯାଇପାରିବେ।

 

ସମ୍ବନ୍ଧିତ ଖବର