ଭୁବନେଶ୍ୱର,: ଓଡ଼ିଶାରେ ପ୍ରଥମ ଥର ପାଇଁ ମଙ୍ଗଳମ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଆୟୋଜିତ ହେବା ଓଡ଼ିଶା ହସ୍ପିଟାଲ ଫେୟାର। ଭୁବନେଶ୍ୱର ଜୟଦେବ ବିହାରର ହୋଟେଲ ସାଣ୍ଡିସ୍ ଟାଓ୍ଵାର ପରିସରରେ ହସ୍ପିଟାଲ ଫେୟାର ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ଅଗ୍ରଣୀ ଡାକ୍ତରଖାନା, ସର୍ବଭାରତୀୟ ସ୍ତରର ମେଡିକାଲ ଉପକରଣ କମ୍ପାନି, ଡାଇଗ୍ନୋଷ୍ଟିକ ସେଣ୍ଟର, ପାଥୋ ଲାବ୍, ସ୍ୱାସ୍ଥ୍ୟ ବୀମା ସେବା ପ୍ରଦାନକାରୀ କମ୍ପାନି ଗୁଡ଼ିକ ଯୋଗଦେବେ। ଏହି ଫେୟାରରେ ଓଡ଼ିଶାର ସୁନାମଧନ୍ୟ ଡାକ୍ତରଙ୍କ ଦ୍ୱାରା ମାଗଣା ପରାମର୍ଶ ଓ ସ୍ୱାସ୍ଥ୍ୟ ପରୀକ୍ଷା ସେବା ଲୋକମାନଙ୍କୁ ଯୋଗାଇ ଦିଆଯିବ। ପ୍ରତ୍ୟହ ଅପରାହ୍ଣ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ସୁବିଧା ଲୋକମାନଙ୍କୁ ମିଳିବ। ରୋଗୀଙ୍କ ସମେତ ଡାକ୍ତରୀ ପେସା ସହ ଜଡ଼ିତ ବ୍ୟକ୍ତିମାନେ ଏହି ଫେୟାରରେ ଯୋଗଦେବାକୁ ଆୟୋଜକଙ୍କ ପକ୍ଷରୁ ନିବେଦନ କରାଯାଇଛି। ଏଥିସହିତ ବିଭିନ୍ନ ହସ୍ପିଟାଲର ଏମ୍ଡି, ସିଇଓ, ପ୍ରତିଷ୍ଠିତ ବ୍ୟବସାୟୀ ଏବଂ କମ୍ପାନି ମୁଖ୍ୟମାନଙ୍କୁ ନେଇ ସ୍ୱାସ୍ଥ୍ୟ କ୍ଷେତ୍ରର ବିକାଶ ସମ୍ପର୍କରେ ଏକ ଆଲୋଚନା ମଧ୍ୟ ୨୮ ତାରିଖ ସଧ୍ୟା ୬ଟାରୁ ୮ଟା ୩୦ ମିନିଟ ପର୍ଯ୍ୟନ୍ତ ହୋଟେଲ ସ୍ୱସ୍ତି ପ୍ରିମିୟମ ପରିସରରେ ଅନୁଷ୍ଠିତ ହେବ।
୨୬ରୁ ଓଡ଼ିଶା ହସ୍ପିଟାଲ ଫେୟାର୍
/sambad/media/post_attachments/wp-content/uploads/2018/01/hospital.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)