ଆଇସିଏଆଇର ତିନି ଦିନିଆ ସେମିନାର ୧୩ରୁ

ଭୁବନେଶ୍ବର: ଦି ଇନଷ୍ଟିଚ୍ୟୁଟ୍‌ ଅଫ୍ କଷ୍ଟ ଆକାଉଣ୍ଟ୍‌ସ ଅଫ ଇଣ୍ଡିଆ (ଆଇସିଏଆଇ), କମିଟି ଫର କଷ୍ଟ ମ୍ୟାନେଜମେଣ୍ଟ୍‌ ଫର ପବ୍ଲିକ୍ ଆଣ୍ଡ୍‌ ଗଭର୍ଣ୍ଣମେଣ୍ଟ୍ ସର୍ଭିସେସ୍ ଓ ଭୁବନେଶ୍ବର ଚାପ୍ଟର ମିଳିତ ଆନୁକୂଲ୍ୟରେ ତିନି ଦିନିଆ ସେମିନାର ‘କଷ୍ଟ ଏକ୍ସିଲେନ୍ସି-ଏ ସଷ୍ଟେନେବଲ୍ ବିଜନେସ୍ ଷ୍ଟ୍ରାଟେଜି’ ଆସନ୍ତାକାଲିଠାରୁ ଆଇଏମ୍‌ଏମ୍‌ଟିର ଅଡିଟୋରିୟମ୍‌ରେ ଆରମ୍ଭ ହେବ। ଏହାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ଭୁବନେଶ୍ବର ମେୟର ସୁଲୋଚନା ଦାସ, ନାଲ୍‌କୋର ସିଏମ୍‌ଡି ଶ୍ରୀଧର ପାତ୍ର, ଦିଲ୍ଲୀର ଆଇଆରଇଡିଏର ଏମ୍‌ଡି ପ୍ରଦୀପ କୁମାର ଦାସ, ଓଏଚ୍‌ପିସିର ଏମ୍‌ଡି ଅମରେଶ କୁମାର ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥି ସହିତ ଆଇସିଏଆଇର ସଭାପତି ପି ରାଜୁ, ଉପସଭାପତି ବିଜେନ୍ଦ୍ର ଶର୍ମା, ନିରଞ୍ଜନ ମିଶ୍ର, ନିଶାନ୍ତ କୁମାର ସିଂହ, ହିମୋଜ ମିଶ୍ର ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିରେ ଶକ୍ତି ଉତ୍ପାଦନ, ଖଣି ପଦାର୍ଥ, ତୈଳ ଓ ଗ୍ୟାସ ଓ ସରକାରୀ ସେବା ସଂସ୍ଥା ଭଳି ବିଷୟବସ୍ତୁ ଉପରେ ଆଲୋଚନା ହେବ। ରାଜ୍ୟର ବହୁ ଶିଳ୍ପପତି ଓ ୬୦୦ରୁ ଅଧିକ ବ୍ୟାବସାୟିକ ସଂସ୍ଥାର ମୁଖ୍ୟ ଏଥିରେ ଅଂଶଗ୍ରହଣ କରିବେ।

ସମ୍ବନ୍ଧିତ ଖବର