ଭୁବନେଶ୍ବର: ରିଲାଏନ୍ସ ଡିଜିଟାଲ ପକ୍ଷରୁ ଆସନ୍ତା ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ‘ଡିଜିଟାଲ ଇଣ୍ଡିଆ ସେଲ୍’ କରାଯିବ। ଏଥିପାଇଁ କମ୍ପାନି ପକ୍ଷରୁ ଆକର୍ଷଣୀୟ ପ୍ରି ବୁକଂ ଅଫର୍ ଘୋଷଣା କରାଯାଇଛି। ଆସନ୍ତା ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରି ବୁକିଂ ଅଫର ଚାଲିବ। ଗ୍ରାହକମାନେ ଏହି ସମୟରେ ସେମାନଙ୍କ ମନ ପସନ୍ଦର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବୁକ୍ କରି ତାହାକୁ ଡିଜିଟାଲ ଇଣ୍ଡିଆ ସେଲ୍ ସମୟରେ କିଣିପାରିବେ। ଅଗ୍ରିମ ୧୦୦୦ ଟଙ୍କା ଦେଇ ପ୍ରି ବୁକିଂ କରିଲେ ଉତ୍ପାଦ ଉପରେ ଅତିରିକ୍ତ ୧୦୦୦ ଟଙ୍କାର ରିହାତି, ୨୦୦୦ ଟଙ୍କା ଦେଇ ବୁକିଂ କରିଲେ ୨୦୦୦ ଟଙ୍କାର ରିହାତି ଦିଆଯିବ। ଏଥିସହିତ ଅନ୍ୟାନ୍ୟ ଅଫର୍ ମଧ୍ୟ ରହିଛି। ଡିଜିଟାଲ ସେଲ୍ର ଅବଧି ଜାନୁଆରି ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ରହିଛି। ରିଲାଏନ୍ସ ଡିଜିଟାଲ, ମାଇଁ ଜିଓ ଷ୍ଟୋର୍ ଏବଂ ଅନଲାଇନ୍ରେ www.reliancedigital.in ମାଧ୍ୟମରେ ସାମଗ୍ରୀ ବୁକିଂ କରିପାରିବେ।
ରିଲାଏନ୍ସ ଡିଜିଟାଲ୍ ସେଲ୍ର ପ୍ରି-ବୁକିଂ ୧୮ରୁ
/sambad/media/post_attachments/wp-content/uploads/2019/01/Reliance-770x433.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)