ନୂଆଦିଲ୍ଲୀ: ଖାଦ୍ୟ ନିୟନ୍ତ୍ରଣ ପାଇଁ ଭାରତର ସର୍ବୋଚ୍ଚ ସଂସ୍ଥା ଭାରତୀୟ ଖାଦ୍ୟ ନିରାପତା ଏବଂ ମାନକ ପ୍ରାଧିକରଣ (ଏଫ୍ଏସ୍ଏସ୍ଏଆଇ) ଖାଦ୍ୟ ବିଶ୍ଳେଷକ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ୧୧ତମ ଖାଦ୍ୟ ବିଶ୍ଳେଷକ ପରୀକ୍ଷା ୨୦୨୫ ଅଧୀନରେ କରାଯାଉଛି। ଅନଲାଇନ୍ ଆବେଦନ ଜାନୁଆରି ୨୨ ପର୍ଯ୍ୟନ୍ତ ଉପଲବ୍ଧ ରହିଛି। ବିଶେଷ ଭାବରେ ଖାଦ୍ୟ ସୁରକ୍ଷା ଏବଂ ବିଜ୍ଞାନ ସମ୍ବନ୍ଧୀୟ କ୍ଷେତ୍ରରେ ସରକାରୀ ଚାକିରି ଚାହୁଁଥିବା ପ୍ରାର୍ଥୀମାନଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ। ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସରକାରୀ ୱେବସାଇଟ୍, fssai.gov.inରେ ଅନଲାଇନ୍ ଆବେଦନ ପ୍ରକ୍ରିୟା ସମାପ୍ତ କରିପାରିବେ।
ଅଧିକପଢ଼ନ୍ତୁ:ଦୁଇ ଦିନ ଭିତରେ ଏମ୍ସରୁ ଡିସଚାର୍ଜ ହେବେ ସଙ୍ଗୀତକାର ଅଭିଜିତ ମଜୁମଦାର
ଯୋଗ୍ୟତା
ଖାଦ୍ୟ ବିଶ୍ଳେଷକ ପଦବୀ ପାଇଁ ଆବେଦନ କରିବାକୁ, ପ୍ରାର୍ଥୀମାନଙ୍କର ରସାୟନ ବିଜ୍ଞାନ, ଦୁଗ୍ଧ ରସାୟନ ବିଜ୍ଞାନ, ମାଇକ୍ରୋବାୟୋଲୋଜି, ଖାଦ୍ୟ ପ୍ରଯୁକ୍ତିବିଦ୍ୟା, ଖାଦ୍ୟ ସୁରକ୍ଷା, କୃଷି ବିଜ୍ଞାନ ଏବଂ ଜୈବ ରସାୟନ ବିଜ୍ଞାନ ସମେତ ୧୪ ଟି ସ୍ୱୀକୃତିପ୍ରାପ୍ତ ବିଷୟ ମଧ୍ୟରୁ ଗୋଟିଏରେ ୟୁଜି/ପିଜି/ପିଏଚଡି ଡିଗ୍ରୀ ଥିବା ଆବଶ୍ୟକ। ଏହାବ୍ୟତୀତ ଇନଷ୍ଟିଚ୍ୟୁଟ୍ ଅଫ୍ କେମିଷ୍ଟସ୍ ଇଣ୍ଡିଆରୁ ଫୁଡ୍ ଆନାଲିଷ୍ଟ ସେକ୍ସନ୍ ପରୀକ୍ଷାରେ ପାସ୍ କରିଥିବା ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିବାକୁ ଯୋଗ୍ୟ ବିବେଚିତ ହେବେ। ପ୍ରାର୍ଥୀମାନଙ୍କର ଖାଦ୍ୟ ବିଶ୍ଳେଷଣରେ ଅତି କମରେ ତିନି ବର୍ଷର କାର୍ଯ୍ୟ ଅଭିଜ୍ଞତା ମଧ୍ୟ ରହିବା ଆବଶ୍ୟକ।
ଆବେଦନ ଫି
ଆବେଦନକାରୀ ପ୍ରାର୍ଥୀମାନଙ୍କୁ କମ୍ପ୍ୟୁଟର-ଆଧାରିତ ପରୀକ୍ଷା ପାଇଁ ୨,୫୦୦ଟଙ୍କା ଏବଂ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ₹୫୦୦୦ଟଙ୍କା ଫି ଜମା କରିବାକୁ ପଡିବ। ଏହି ଫି ଅନଲାଇନରେ ଦେବାକୁ ପଡିବ। ଆବେଦନ ଦାଖଲ ପରେ ଫି ଫେରସ୍ତ ହେବନାହିଁ।
ଚୟନ ପ୍ରକ୍ରିୟା
ଏଫ୍ଏସ୍ଏସ୍ଏଆଇ ଖାଦ୍ୟ ବିଶ୍ଳେଷକ ନିଯୁକ୍ତି ୨୦୨୫ ପାଇଁ ଚୟନ ଦୁଇଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟ ଏକ କମ୍ପ୍ୟୁଟର-ଆଧାରିତ ପରୀକ୍ଷା ହେବ, ଯେଉଁଥିରେ ଫୁଡ଼ କେମେଷ୍ଟ୍ରି, ମାଇକ୍ରୋବାୟୋଲୋଜି, ଖାଦ୍ୟ ସୁରକ୍ଷା ଏବଂ ସମ୍ବନ୍ଧିତ ବିଷୟରୁ ପ୍ରଶ୍ନ ଅନ୍ତର୍ଭୁକ୍ତ ହେବ। ସିବିଟିରେ ଯୋଗ୍ୟତା ହାସଲ କରିଥିବା ପ୍ରାର୍ଥୀମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଚୟନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ଏକ ପ୍ରାଟିକାଲ ପରୀକ୍ଷା ହେବ ଯେଉଁଥିରେ ଲ୍ୟାବ କାର୍ଯ୍ୟ ଏବଂ ଖାଦ୍ୟ ବିଶ୍ଳେଷଣ ପାଇଁ ସେମାନଙ୍କର ଦକ୍ଷତାର ମୂଲ୍ୟାଙ୍କନ କରାଯିବ। ଉଭୟ ପର୍ଯ୍ୟାୟରେ ପ୍ରାପ୍ତ ସ୍କୋର ଆଧାରରେ, ଏକ ଚୂଡ଼ାନ୍ତ ମେରିଟ୍ ତାଲିକା ପ୍ରସ୍ତୁତ କରାଯିବ ଏବଂ ସେହି ଅନୁଯାୟୀ ଚୟନ କରାଯିବ।
କିପରି ଆବେଦନ କରିବେ
ପ୍ରାର୍ଥୀମାନେ ପ୍ରଥମେ FSSAI ର ଅଫିସିଆଲ୍ ୱେବସାଇଟ୍ fssai.gov.inକୁ ଯାଇ ହୋମପେଜରେ ଥିବା ଖାଦ୍ୟ ବିଶ୍ଳେଷକ ନିଯୁକ୍ତି ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ। ପଞ୍ଜୀକରଣ କରିବା ପରେ ଏକ ଲଗଇନ୍ ଆଇଡି ସୃଷ୍ଟି କରି ଆବେଦନ ଫର୍ମରେ ସମସ୍ତ ସୂଚନା ସତର୍କତାର ସହିତ ପୂରଣ କରନ୍ତୁ। ଏହାପରେ ପ୍ରାର୍ଥୀମାନେ ନିର୍ଦ୍ଧାରିତ ଆବେଦନ ଫି ଦାଖଲ କରି କପିକୁ ସାଇତି ରଖନ୍ତୁ।
ଅଧିକପଢ଼ନ୍ତୁ:ସୁନା ଅଳଙ୍କାର ଚୋରି ପରେ ଘର ମାଲିକାଣିଙ୍କୁ ହତ୍ୟା କରି ସୁଟକେଶ ସହ ଫେରାର ହେଲା ଭଡାଟିଆ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/31/767c2175-dee4-4c90-9b5a-c9cebd7982f3-2025-12-31-14-46-29.jpg)