ନୂଆଦିଲ୍ଲୀ: ଦିଲ୍ଲୀରେ ପେଟ୍ରୋଲ୍ ଦର ଟ. ୨. ୬୯ ଓ ଡିଜେଲ୍ ଦର ଟ. ୨. ୩୩ ହ୍ରାସ ପାଇଛି। ଫଳରେ ବୁଧବାର ଦିନ ଦିଲ୍ଲୀରେ ପେଟ୍ରୋଲ୍ ଲିଟର୍ ପିଛା ଟ. ୭୦. ୨୯ ବିକ୍ରି ହେଉଥିବା ବେଳେ ଡିଜେଲ୍ ଲିଟର୍ ପିଛାଟ. ୬୩. ୦୧ ମୂଲ୍ୟରେ ବିକ୍ରି ହେଉଥିଲା।
ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଥିବାରୁ ଇନ୍ଧନ ମୂଲ୍ୟ ହ୍ରାସ ପାଇଥିବା ଜଣାପଡ଼ିଛି। ସାଉଦି ଆରବ ଏବଂ ରୁଷ୍ ମଧ୍ୟରେ ଅଶୋଧିତ ତୈଳ ମୂଲ୍ୟଜନିତ ବ୍ୟାବସାୟିକ ପ୍ରତିଦ୍ୱନ୍ଦ୍ୱିତା ଯୋଗୁଁ ଅଶୋଧିତ ତୈଳ ଆଶାତୀତ ଭାବେ ହ୍ରାସ ପାଇଛି। ୨୦୧୬ ପର ଠାରୁ ତୈଳ ଦର ଏତେ ପରିମାଣରେ ହ୍ରାସ ପାଇ ନ ଥିଲା।
ପ୍ରାପ୍ତ ସୂଚନା ଅନୁସାରେ, ମୁମ୍ବାଇରେ ପେଟ୍ରୋଲ୍ ଲିଟର୍ ପିଛା ଦର ଟ. ୭୫. ୯୯ରେ ବିକ୍ରୟ ହେଉଥିବା ବେଳେ ଡିଜେଲ୍ ଟ. ୬୫. ୯୭ରେ ବିକ୍ରୟ ହେଉଛି।
ଚେନ୍ନାଇରେ ପେଟ୍ରୋଲ୍ ଲିଟର୍ ପିଛା ଟ. ୭୩. ୦୨ ହୋଇଥିବା ବେଳେ ଡିଜେଲ୍ ଦର ଟ. ୬୬. ୪୯ରେ ବିକ୍ରି ହେଉଛି।
ବେଙ୍ଗାଲୁରୁରେ ପେଟ୍ରୋଲ୍ ଦର ଲିଟର୍ ପିଛା ଟ. ୭୨. ୭୦ ଏବଂ ଡିଜେଲ୍ ଲିଟର୍ ପିଛା ଟ. ୬୫. ୧୬ ରହିଛି। ସେହିପରି ହାଇଦ୍ରାବାଦରେ ପେଟ୍ରୋଲ୍ ଦର ଲିଟର ପିଛା ଟ. ୭୪. ୭୨ ଏବଂ ଡିଜେଲ୍ ଦର ଟ. ୬୮. ୬୮ ରହିଛି।