ରିଲାଏନ୍ସ କବଳରୁ ଷ୍ଟୋରଗୁଡ଼ିକୁ ପୁଣି ଫେରାଇ ଅଣାଯିବ : ଫ୍ୟୁଚର ଗ୍ରୁପ

ମୁମ୍ବାଇ : ରିଲାଏନ୍ସ-ଫ୍ୟୁଚର ଗ୍ରୁପ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ରିଲାଏନ୍ସ ପକ୍ଷରୁ ଫ୍ୟୁଚର ଗ୍ରୁପର ବିଭିନ୍ନ ଷ୍ଟୋର ଗୁଡିକୁ ଅଧିକାର କରିବା ପରେ ଏବେ ଫ୍ୟୁଚର ଗ୍ରୁପ କହିଛି ଯେ ସେହି ଷ୍ଟୋରଗୁଡ଼ିକୁ ପୁଣି ଫେରାଇ ଅଣାଯିବ ।

ଫ୍ୟୁଚର ଗ୍ରୁପର ବିଭିନ୍ନ ଷ୍ଟୋର ମଧ୍ୟରେ ରହିଛି ବିଗ୍ ବଜାର, ସେଣ୍ଟ୍ରାଲ, ବ୍ରାଣ୍ଡ ଫାକ୍ଟରି । ଗତ ଫେବ୍ରୁଆରି ୨୫ ତାରିଖରେ ରିଲାଏନ୍ସ ପକ୍ଷରୁ ହଠାତ୍ ଫ୍ୟୁଚର ଗ୍ରୁପର ବିଭିନ୍ନ ଷ୍ଟୋରଗୁଡ଼ିକୁ ନିଜ ନିୟନ୍ତ୍ରଣକୁ ନିଆଯାଇ ସେଗୁଡ଼ିକୁ ତାଲା ପକାଇଦିଆଯାଇଥିଲା । ଏପରିକି ରିଲାଏନ୍ସର ଏସବୁ ପଦକ୍ଷେପ ସଂପର୍କରେ ଫ୍ୟୁଚର ଗ୍ରୁପ କର୍ମଚାରୀମାନେ ଜାଣିପାରିନଥିଲେ ।

ତେବେ ରିଲାଏନ୍ସର ଏହି ପଦକ୍ଷେପକୁ ଫ୍ୟୁଚର ଗ୍ରୁପର ପୂର୍ବତନ ପାର୍ଟନର ଆମାଜନ ବିରୋଧ କରିଛି । ଏହା ପରେ ଆଜି ଫ୍ୟୁଚର ଗ୍ରୁପ ପକ୍ଷରୁ କୁହାଯାଇଛି ରିଲାଏନ୍ସ ନେଇଥିବା ଷ୍ଟୋରଗୁଡ଼ିକୁ ପୁଣି ଫେରାଇ ଅଣାଯିବ । ଏହା କିପରି କରାଯିବ ସେ ସମ୍ପର୍କରେ ଫ୍ୟୁଚର ଗ୍ରୁପ ପକ୍ଷରୁ କିଛି କୁହାଯାଇ ନାହିଁ । ମାତ୍ର ରିଲାଏନ୍ସର ପଦକ୍ଷେପ ଆଶ୍ଚର୍ଯ୍ୟ କରିଛି ବୋଲି କମ୍ପାନି କହିଛି ।

ମିଳିଥିବା ସୂଚନା ଅନୁସାରେ ରିଲାଏନ୍ସ ପକ୍ଷରୁ ଫେବ୍ରୁଆରି ୨୫ରେ ଫ୍ୟୁଚରର ସାରା ଦେଶରେ ଥିବା ୯୦୦ ଷ୍ଟୋରକୁ ଅଧିକାର କରିନିଆଯାଇଥିଲା ।

 

ସମ୍ବନ୍ଧିତ ଖବର