ନୂଆଦିଲ୍ଲୀ : ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଥିବା ରୁଷ୍ର ପ୍ରମୁଖ ଆୟ ଉତ୍ସକୁ ବନ୍ଦ କରିବା ଲାଗି ଶକ୍ତିଶାଳୀ ଜି୭ ରାଷ୍ଟ୍ର ସମୂହ ଏକ ବଡ଼ ଯୋଜନା ଉପରେ କାମ କରୁଛି। ରୁଷ୍ର ତେଲ ଦାମ୍ର ସୀମା ଧାର୍ଯ୍ୟ କରିବା ଲାଗି ଏହା ବିଚାର କରୁଛି। ଏବେ ରୁଷ୍ ତେଲ ରିହାତିରେ ଉପଲବ୍ଧ କରାଉଥିବାରୁ ଭାରତ ଭଳି ଦେଶ ତାହାକୁ ବିପୁଳ ମାତ୍ରାରେ କିଣୁଛନ୍ତି। ସେଥିପାଇଁ ରୁଷ୍ ଉପରେ ଆମେରିକା ଓ ପାଶ୍ଚାତ୍ୟ ଦେଶ ଯେଉଁ ଅର୍ଥନୈତିକ କଟକଣା ଲଗାଇଛନ୍ତି ତାହାର ସୁଫଳ ମିଳୁନି। ୟୁରୋପୀୟ ସଂଘ ଅଧୀନରେ ଥିବା ୨୭ଟି ଦେଶ ଏହି ପ୍ରସ୍ତାବ ଉପରେ ରାଜି ହେବା ପରେ ରୁଷ୍ ତେଲ ଦର ସୀମା ନିର୍ଧାରଣ କରାଯିବ। ରୁଷ୍ ଯଦି ତେଲ ବିକ୍ରି କରିପାରିବନି ତେବେ ଯୁଦ୍ଧ ପାଇଁ ପାଣ୍ଠି ଯୋଗାଡ଼ କରିବା ଏହାର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ କଷ୍ଟକର ହୋଇପଡ଼ିବ। ଯେହେତୁ ଆଜି ପର୍ଯ୍ୟନ୍ତ ରୁଷ୍ର ତେଲ ଓ ଗ୍ୟାସ୍ ପାଇଁ ବିକଳ୍ପ ବ୍ୟବସ୍ଥାର ସନ୍ଧାନ ହୋଇପାରିନାହିଁ, ସେଥିପାଇଁ ୟୁରୋପୀୟ ଦେଶଗୁଡ଼ିକ ମଧ୍ୟ ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇପାରୁନାହାନ୍ତି। ତୈଳ ଦାମ୍ର ସୀମା ନିର୍ଧାରଣ ରୁଷ୍କୁ ରୋକିବାରେ ବଡ଼ ଅସ୍ତ୍ର ସାବ୍ୟସ୍ତ ହେବ ବୋଲି କୁହାଯାଉଛି। ଏହି କଟକଣା ଲାଗୁ ହେଲେ ଭାରତ ପ୍ରଭାବିତ ହେବ।
ରୁଷ ତେଲ ଦାମ୍ର ସୀମା ନିର୍ଧାରଣ କରିବ ଜି୭, ପ୍ରଭାବିତ ହେବ ଭାରତ
/sambad/media/post_attachments/wp-content/uploads/2022/04/oil1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)