ମୁମ୍ବାଇ: ଦେଶରେ ଖୁବ୍ ଶୀଘ୍ର ଲଞ୍ଚ୍ ହେବାକୁ ଯାଉଛି ଲୋକପ୍ରିୟ ବ୍ରାଣ୍ଡ୍ ସାମ୍ସଙ୍ଗ୍ର ଆଉ ଏକ ନୂଆ ମୋବାଇଲ୍ ମଡେଲ୍ ଏମ୍୦୧ କୋର୍ । ସାମ୍ସଙ୍ଗ ଗ୍ୟାଲାକ୍ସି ଏମ୍୩୧ ଲଞ୍ଚ୍ ପରେ ପରେ କମ୍ପାନି ଏମ୍୦୧ କୋର୍ ମଡେଲ୍ ଲଞ୍ଚ୍ କରିବାକୁ ଯାଉଛି। ଏହି ନୂଆ ଫୋନ୍ ମାତ୍ର ୫,୪୯୯ ଟଙ୍କାରୁ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ।
୨ ଜିବି ରାମ୍ ଓ ୩୨ ଜିବି ଷ୍ଟୋରେଜ୍ କାପାସିଟି ଥିବା ଏହି ସିରିଜର ଫୋନ୍ର ଦାମ୍ କମ୍ପାନି ୬,୪୯୯ ଟଙ୍କା ଧାର୍ଯ୍ୟ କରିଛି। ଏହି ଫୋନ୍ କଳା, ନୀଳ ଓ ନାଲି ରଂଗରେ ଆସୁଥିବା ସୂଚନା ରହିଛି। ଜୁଲାଇ ୨୯ ତାରିଖରୁ ସାମସଙ୍ଗ୍ ରିଟେଲ୍ ଷ୍ଟୋର୍ ଓ ସାମ୍ସଙ୍ଗ୍ ଅପେରା ହାଉସ୍, ସାମ୍ସଙ୍ଗ୍.କମ୍ ଏବଂ ଅନ୍ୟ ଇ-କମର୍ସ ସାଇଟ୍ରୁ ଏହି ମୋବାଇଲ୍ କିଣିହେବ।
/sambad/media/post_attachments/wp-content/uploads/2020/07/Untitled-47-300x158.jpg)
୧୦ ହଜାର ଟଙ୍କା ଭିତରେ ଏଇ ବର୍ଷ ଭାରତରେ ରିଲିଜ୍ ହୋଇଥିବା ଫୋନ୍ଗୁଡ଼ିକ ଭିତରୁ ଏମ୍୦୧ କୋର୍ ହେଉଛି ତୃତୀୟ। ଏହି ଫୋନ୍ର ଆକାର ୫.୩ ଇଞ୍ଚ୍ ଏଚ୍ଡି+ଡିସ୍ପ୍ଲେ। ଏହାର ବ୍ୟାଟେରୀ ୩,୦୦୦ ଏମ୍ଏଏଚ୍, ଯାହାକି ୧୧ ଘଣ୍ଟାର ବ୍ୟାଟେରୀ ବ୍ୟାକ୍ ଅପ୍ ରଖିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଏହି ଫୋନ୍ରେ ୮ ମେଗାପିକ୍ସେଲ୍ର ରିୟର୍ କ୍ୟାମେରା ଥିବା ବେଳେ ୫ ମେଗାପିକ୍ସେଲର ସେଲ୍ଫି କ୍ୟାମେରା ରହିଛି ।
ଏହି ଫୋନ୍ ଡାର୍କ ମୋଡ୍କୁ ସପୋର୍ଟ କରିବ। ଭାରତରେ ୭ ହଜାର ଟଙ୍କା ଭିତରେ ଥିବା ଫୋନ୍ଗୁଡ଼ିକ ସହ ସାମ୍ସଙ୍ଗ୍ର ଏହି ନୂଆ ଫୋନ୍ ପ୍ରତିଦ୍ବନ୍ଦିତା କରିବ ବୋଲି କମ୍ପାନି ଦାବି କରିଛି।