ନୂଆଦିଲ୍ଲୀ: ଭାରତରେ ବୁଲେଟ୍ ଟ୍ରେନ୍ ଚାଲିବାର ସ୍ୱପ୍ନ ପୂରା ହେବାକୁ ଯାଉଛି। ଟ୍ରେନ୍ ଚାଲିବା ପାଇଁ ଟ୍ରାକ୍ ଓ ଟ୍ରେନିଂ ପାଇଁ ଯେଉଁ ସବୁ ସାମଗ୍ରୀର ଆବଶ୍ୟକତା ରହିଛି ତାହା ଜାପାନରୁ ଆସିବା ଆରମ୍ଭ ହୋଇ ଗଲାଣି। ଟାଣୁଆ କଂକ୍ରିଟ୍ରେ ନିର୍ମିତ ସ୍ଲାବ କେବଳ ଜାପାନରେ ତିଆରି ହୋଇଥାଏ, ଯାହା ଉପରେ ବୁଲେଟ୍ ଟ୍ରେନ୍ ଚାଲିପାରିବ। ପ୍ରଥମ ଦଫାରେ ତାହା ଏବେ ଜାପାନରୁ ଭାରତ ଆସିଯାଇଛି ।
ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ସକାଶେ ୨୫୦ ଟନ୍ ଓଜନର ୨୦ଟି ସ୍ଲିପର୍ ସ୍ଲାବ୍ ଟ୍ରାକ୍ ଜାପାନରୁ ଅଣାଯାଇଛି। ଅହମ୍ମଦାବାଦ୍ରୁ ମୁମ୍ବାଇ ଭିତରେ ପାଖାପାଖି ୫୦୮ କିଲୋମିଟରର ଟ୍ରାକ୍ ଉପରେ ବୁଲେଟ୍ ଟ୍ରେନ୍ ଚାଲିବ ବୋଲି ଜାଣିରଖନ୍ତୁ।
୨୦୦ ମିଟର୍ର ଏହି ରେଳ ଟ୍ରାକ୍ ନିର୍ମାଣ ପାଇଁ ବଡୋଦରାରେ ହାଇ ସ୍ପିଡ୍ ରେଲ୍ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟରେ ପ୍ରଶିକ୍ଷଣ ଆରମ୍ଭ ହୋଇଛି। ଏହି ଟ୍ରାକ୍ରେ ସମୁଦାୟ ୨୦ଟି ସ୍ଲିପର୍ ସ୍ଲାବ୍ ଟ୍ରାକ ଲଗାଯିବ। ଏଠାରେ ଛାତ୍ର ଏବଂ ରେଳ କର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ୨୦୨୨ ସୁଦ୍ଧା ଦେଶରେ ବୁଲେଟ୍ ଟ୍ରେନ୍ ଚାଲିବ ବୋଲି ଯୋଜନା ହୋଇଛି।
/sambad/media/post_attachments/wp-content/uploads/2018/12/bullet-train-2_555_121518040706-300x225.jpg)
ଆପଣଙ୍କୁ ଜଣାଇ ଦେଉଛୁ ଯେ ବୁଲେଟ୍ ଟ୍ରେନ୍ ସକାଶେ ଅହମ୍ମଦାବାଦ୍ରୁ ନେଇ ମୁମ୍ବାଇ ପର୍ଯ୍ୟନ୍ତ ଚାଷୀମାନଙ୍କର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିରେ ୧୯୮ ଗ୍ରାମରୁ ୧୬୪ ଗାଁର ଜମିକୁ ଅଧିଗୃହୀତ କରିବା କାମ ଜାରି ରହିଛି।
୨୪ଟି ଗ୍ରାମର ଚାଷୀ କୋର୍ଟରେ ମାମଲା ଦାୟର କରିଛନ୍ତି। ଚାଷୀ ସଂଗଠନ ପକ୍ଷରୁ ସୂଚୀତ କରାଯାଇଛି ଯେ ସରକାର ଯଦି ବଳପୂର୍ବକ ଜମି ଜବରଦଖଲ କରିବାକୁ ଚେଷ୍ଟା କରନ୍ତି ତ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ପରି ଅବସ୍ଥା ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/thumb_555_121518040706.jpg)