ନୂଆଦିଲ୍ଲୀ: ସୋସିଆଲ୍‌ ନେଟ୍‌ଓ୍ଵର୍କିଂ ସାଇଟ୍‌ ‘ଫେସ୍‌ବୁକ୍‌’ କେବଳ ମଜାମସ୍ତି ପାଇଁ ନୁହେଁ, ଫେସ୍‌ବୁକ୍‌ର ସାହାଯ୍ୟ ନେଇ ଏଣିକି ଦରକାରୀ କାମ ବି କରିହେବ। ଆପଣଙ୍କ ସୂଚନା ପାଇଁ ଜଣାଇ ଦେଉଛୁ କି, ଏଣିକି ଆପଣ ଫେସ୍‌ବୁକ୍‌ ଜରିଆରେ ଗ୍ୟାସ୍‌ ସିଲିଣ୍ଡର୍‌ ବି ବୁକିଂ ପରିପାରିବେ। ବାହାରକୁ ନଯାଇ, ବିନା କୌଣସି ଅସୁବିଧାରେ ଘରେ ବସି କରିପାରିବେ ଗ୍ୟାସ୍‌ ବୁକିଂ। ଆଜି ଆମେ ଆପଣଙ୍କୁ ‘ଫେସ୍‌ବୁକ୍‌’ମାଧ୍ୟମରେ କିଭଳି ଆପଣ ଆପଣଙ୍କ ଘରେ ଥାଇ ମଧ୍ୟ ଗ୍ୟାସ୍‌ ବୁକିଂ କରିପାରିବେ;ସେହି ବିଷୟରେ ଜଣାଇବୁ।

Advertisment

publive-image

ଆସନ୍ତୁ ଜାଣିବା କିଭଳି ‘ଫେସ୍‌ବୁକ୍‌’ ଜରିଆରେ ଗ୍ୟାସ୍‌ ସିଲିଣ୍ଡର ବୁକିଂ କରିବା…

‘ଫେସ୍‌ବୁକ୍‌’ ମାଧ୍ୟମରେ ଗ୍ୟାସ୍‌ ବୁକିଂ କରିବା ଅତି ହିଁ ସରଳ। ତେବେ ଏନେଇ ଆପଣଙ୍କୁ ପ୍ରଥମତଃ ଆପଣଙ୍କର ଫେସ୍‌ବୁକ୍‌’ଆକାଂଉଣ୍ଟ୍‌ କୁ ଲଗ୍‌ ଇନ୍‌୍‌ କରିବାକୁ ହେବ। ଏହାପରେ ଆପଣଙ୍କୁ ‘ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌’ର ଫେସ୍‌ବୁକ୍‌ ପେଜ୍‌କୁ ଯିବା ସହିତ ଆପଣଙ୍କ ଫେସ୍‌ବୁକ୍‌ରେ ‘ndian Oil Corporation Ltd’କୁ ଯାଇ ସର୍ଚ୍ଚ କରିବାକୁ ହେବ। ଏଠାରେ ଆପଣଙ୍କୁ ଗ୍ୟାସ୍‌ବୁକିଂ ର ଅପ୍‌ସନ୍‌ ମିଳିଯିବ। ଯେଉଁଠାରେ ଆପଣଙ୍କୁ ‘ବୁକ୍‌ ନାଓ’ ଅପ୍‌ସନ୍‌କୁ କ୍ଲିକ୍‌ କରି ଏହାର ଫର୍ମକୁ ଭରିବାକୁ ହେବ। ସେଠାରେ ଆପଣ ଆପଣଙ୍କର ନାମ,ରେଜିଷ୍ଟ୍ରେଟ୍‌ ଇମେଲ୍‌ ଆଇଡି,ଏଲ୍‌ପିଜି ଆଇଡି ଆଦିକୁ ଭରିବେ। ତେବେ ହଁ ଏଇଠି ଆମେ ଆପଣଙ୍କୁ କହି ରଖୁଛୁ ଯେ,ଏହା କେବଳ ଇଣ୍ଡିଆନ୍‌ ଗ୍ୟାସ୍‌ ବୁକିଂ କରିବା ଉପରେ ହିଁ କାର୍ଯ୍ୟକାରୀ ଅଟେ।