ଏଭଳି ଆବେଦନ କଲେ ଆପଣଙ୍କୁ ଗ୍ୟାସ ସିଲିଣ୍ଡର ଉପରେ ମିଳିବ ଅତିରିକ୍ତ ରିହାତି

ନୂଆଦିଲ୍ଲୀ: ଗତ କିଛି ମାସ ମଧ୍ୟରେ, ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି | ଯାହା ଆପଣଙ୍କର ପକେଟ ଉପରେ ସିଧାସଳଖ ପ୍ରଭାବ ମଧ୍ୟ ପକାଇଛି | ଏଭଳି ସମୟରେ ଆମାଜନ ପେ ଏକ ନୂଆ ପ୍ଲାନ ବାବଦରେ ଘୋଷଣା କରିଛି | ପ୍ଲାନ ମୁତାବକ ଯଦି ଆପଣ ଆମାଜନ ପେ ମାଧ୍ୟମରେ ଏକ ଗ୍ୟାସ ସିଲିଣ୍ଡର ବୁକ୍ କରନ୍ତି, ତେବେ ଆପଣଙ୍କୁ ୫୦ ଟଙ୍କା କ୍ୟାସବ୍ୟାକ ମିଳିବ | ଆମାଜନ ପେରେ ଇଣ୍ଡେନ ଗ୍ୟାସ, ଭାରତ ଗ୍ୟାସ ଏବଂ ଏଚପି ଗ୍ୟାସ କମ୍ପାନୀର ଗ୍ୟାସ ସିଲିଣ୍ଡର ବୁକ୍ କରାଯାଇପାରିବ | ଆଉ ଏହି ତିନିଟି କମ୍ପାନୀର ଗ୍ୟାସ ବୁକିଂ ଆମାଜନ ପେ ମାଧ୍ୟମରେ କଲେ ସିଲିଣ୍ଡର ବୁକିଂ ଉପରେ ୫୦ ଟଙ୍କା କ୍ୟାସବ୍ୟାକ୍ ପ୍ରଦାନ କରୁଛି |

କିଭଳି ଆବେଦନ କରିବେ?
ଏଥିପାଇଁ ଆପଣଙ୍କୁ ଆମାଜନ ଆପର ପେମେଣ୍ଟ ବିକଳ୍ପକୁ ଯିବାକୁ ପଡିବ | ଏହା ପରେ ଆପଣଙ୍କ ଗ୍ୟାସ ସେବା ପ୍ରଦାନକାରୀ କମ୍ପାନୀ ଚୟନ କରନ୍ତୁ ଏବଂ ଏଠାରେ ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବର କିମ୍ବା ଏଲପିଜି ନମ୍ବର ଦାଖଲ କରନ୍ତୁ | ଏହା ପରେ ଗ୍ୟାସ ପାଇଁ ନିର୍ଦ୍ଧାରିତ ଦର ପୈଠ କଲେ ଆପଣଙ୍କ ଗ୍ୟାସ ବୁକ ହୋଇଯିବ ଓ କିଛି ସମୟ ପରେ ୫୦ ଟଙ୍କାର କ୍ୟାସବ୍ୟାକ ମଧ୍ୟ ଆସିଯିବ | ତେବେ ଏହି ଅଫର କେବଳ ୩୧ ଅଗଷ୍ଟ ଯାଏଁ ରହିଛି |

ସମ୍ବନ୍ଧିତ ଖବର