ଭୁବନେଶ୍ବର: ଚଳିତବର୍ଷ ପୁରୀ ରଥଯାତ୍ରାରେ ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ ସାମିଲ ହେବେ। ଶନିବାର ସେ ପୁରୀ ଗସ୍ତ କରି ରଥାରୂଢ଼ ମହାପ୍ରଭୁଙ୍କ ଦର୍ଶନ କରିବେ। ଏଥିସହିତ କମ୍ପାନିର ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମରେ ମଧ୍ୟ ଭାଗନେବେ। ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ଆଦାନୀ ପୁରୀସ୍ଥିତ ହୋଟେଲ ମେ ଫେୟାରରୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ମଧ୍ୟାହ୍ନ ୧୨ଟାରେ ବାହାରିବେ। ସେଠାରେ ରଥାରୂଢ଼ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହ ଚକ୍ରରାଜ ସୁଦର୍ଶନଙ୍କୁ ଦର୍ଶନ ଓ ପୂଜା କରିବେ। ଏଥିସହିତ ସେଠାରେ ଉପସ୍ଥିତ ଭକ୍ତମାନଙ୍କ ସହିତ ମତ ବିନିମୟ କରିବେ। ଏହାପରେ ସେ ଗୁଣ୍ଡିଚା ମନ୍ଦିରରୁ ସୁଷମା ଗାର୍ଡେନସ୍ଥିତ ଇସ୍କନର ରୋଷଘରକୁ ଯାଇ ପ୍ରସାଦ ସେବାରେ ଯୋଗଦେବେ। ରୋଷଘର ବାହାରେ କାର ପାର୍କ ନିକଟରେ ସ୍ବଳ୍ପ ସମୟ ପାଇଁ ଗଣମାଧ୍ୟମକୁ ମତାମତ ଦେବେ। ତାହାପରେ ହୋଟେଲ ମେ ଫେୟାରକୁ ପ୍ରତ୍ୟାବର୍ତ୍ତନ କରିବେ। ଅପରାହ୍ଣ ୨ଟା ୫୦ ମିନିଟରେ ମେ ଫେୟାର ହୋଟେଲରୁ ବାହାରି ପୁରୀ ହୋଟେଲ ସାମ୍ନା ସମୁଦ୍ର କୂଳକୁ ଯାତ୍ରା କରିବେ। ସେଠାରେ ମହୋଦଧିରେ ଯାତ୍ରୀମାନଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ଲାଇଫଗାର୍ଡମାନଙ୍କ ସହିତ ଆଲୋଚନା କରି ଉତ୍ସାହିତ କରିବେ। ଅପରାହ୍ଣ ୩ଟା ୧୦ ବେଳକୁ ସେ ଭୁବନେଶ୍ବର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାଯାଇଛି।
ଆଜି ପୁରୀ ଆସିବେ ଗୌତମ ଆଦାନୀ
ଚଳିତବର୍ଷ ପୁରୀ ରଥଯାତ୍ରାରେ ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ ସାମିଲ ହେବେ। ଶନିବାର ସେ ପୁରୀ ଗସ୍ତ କରି ରଥାରୂଢ଼ ମହାପ୍ରଭୁଙ୍କ ଦର୍ଶନ କରିବେ। ଏଥିସହିତ କମ୍ପାନିର ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମରେ ମଧ୍ୟ ଭାଗନେବେ। ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ଆଦାନୀ ପୁରୀସ୍ଥିତ...
/sambad/media/media_files/2025/06/28/fasdeqr-2025-06-28-06-10-51.jpg)