ଆମେରିକା ସହ ଲଢେଇରେ ଚୀନର କମୁଛି ଜିଡିପି ହାର

ନୂଆଦିଲ୍ଲୀ: ଚୀନକୁ ମହଙ୍ଗା ପଡିଲାଣି ଆମେରିକା ସହିତ ବାଣିଜ୍ୟିକ ଯୁଦ୍ଧ । ଧୀରେ ଧୀରେ ଖସିବାରେ ଲାଗିଛି ଚୀନର ଅଭିବୃଦ୍ଧି ହାର । ଆମେରିକା ସହିତ ବାଣିଜ୍ୟିକ ଲଢେଇ କାରଣରୁ ଚୀନ ଉଭୟ ଘରୋଇ ତଥା ବିଦେଶ ମାଟିରେ ଅନେକ ବାଧାର ସମ୍ମୁଖୀନ ହେଉଛି । ଏହାର ଫଳ ସ୍ୱରୂପ ୬ ପ୍ରତିଶତକୁ ଏହାର ଜିିଡିପି ଖସି ଆସିଛି । ଗତ ୨୭ ବର୍ଷରେ ଚୀନ୍ ଅର୍ଥନୀତିରେ ଏହା ହେଉଛି ଜିଡିପିର ସବୁଠାରୁ ନିମ୍ନ ଅଙ୍କ । ଅପ୍ରେଲ – ଜୁନ୍ ଦ୍ୱିତୀୟ ତ୍ରୈମାସିକ ଜିଡିପି ହାର ରହିଥିଲା ୬.୨ ପ୍ରତିଶତ |

ଜୁଲାଇ – ସେପ୍ଟେମ୍ୱର ତ୍ରୈମାସିକ ଜିଡିପି ହାର ରହିଛି ୬.୦ ପ୍ରତିଶତ | ଅର୍ଥାତ୍ ଦ୍ୱିତୀୟ ଅପେକ୍ଷା ତୃତୀୟ ତ୍ରୈମାସିକ ଜିଡିପି ହାରରେ ୦.୨ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି | ୨୭ ବର୍ଷ ତଳେ ଅର୍ଥନୀତିର ଏପରି ସ୍ଥିତି ସାମ୍ନା କରିଥିଲା ଚୀନ |

୧୯୯୨ରେ ବର୍ଷ ସାରା ୬ରୁ ୬.୫ ମଧ୍ୟରେ ଜିଡିପି ରହିଥିଲା | ଆମେରିକା ସହିତ ବାଣିଜ୍ୟ ଯୁଦ୍ଧ ଫଳରେ ଜାହାଜରେ ରପ୍ତାନୀ, ଶକ୍ତି ଶିଳ୍ପ, ନିଯୁକ୍ତି ତଥା ମନୋରଂଜନରେ ବ୍ୟୟ ପୁରାପୁରି କମିଯାଇଛି । ଗତ ୧୫ ମାସ ଧରି ଏଥିରେ କ୍ରମାଗତ ହ୍ରାସର ପ୍ରଭାବ ଗତ ସେପ୍ଟେମ୍ୱର ମାସରେ ଅଧିକ ପଡିଛି । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏନେଇ ବହୁ ଆଗରୁ ସୂଚାଇ ସାରିଥିଲା । ଚୀନ୍ ଓ ଆମେରିକା ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧ ନଥମିଲେ ବିଶ୍ୱ ଅର୍ଥନୀତି ମଧ୍ୟ ପ୍ରଭାବିତ ହେବ ।

ସମ୍ବନ୍ଧିତ ଖବର