ନୂଆଦିଲ୍ଲୀ : ଅଭିବୃଦ୍ଧି ହିସାବ କରିବା ଲାଗି ଗ୍ରହଣ କରାଯାଇଥିବା ପଦ୍ଧତି ଉପରେ ନିୟମିତ ବ୍ୟବଧାନରେ ଯେଉଁ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ସେଥିରେ ପୂର୍ଣ୍ଣଚ୍ଛେଦ ଟାଣିବା ଲାଗି ସର୍ଭେରେ ପ୍ରୟାସ କରାଯାଇଛି। ଦେଶର ଅଭିବୃଦ୍ଧି ହାରକୁ ବଢ଼ାଇ ଚଢ଼ାଇ କିମ୍ବା କମ୍ କରି ପ୍ରଦର୍ଶନ କରାଯାଉ ନାହିଁ। ଜିଡିପି ତଥ୍ୟକୁ ନେଇ ଯେଉଁ ଚିନ୍ତା ପ୍ରକଟ କରାଯାଉଛି ତାହା ଅନୁଚିତ ବୋଲି ସର୍ଭେରେ କୁହାଯାଇଛି। ଜିଡିପି ତଥ୍ୟ ଉପରେ ଯେଉଁ ଆଶଙ୍କା ପ୍ରକଟ କରାଯାଇଛି ତାହା ଭିତ୍ତିହୀନ। ଦେଶର ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣିଅନ ସରକାରଙ୍କ ଜିଡିପି ହିସାବକୁ ନେଇ ପ୍ରଶ୍ନ ଉଠାଇଥିଲେ। ୨୦୧୧-୧୨ରୁ ୨୦୧୬-୧୭ ଭିତରେ ଜିଡିପିକୁ ୨.୫% ଅଧିକ ବଢ଼ାଇ ଚଢ଼ାଇ ପ୍ରଦର୍ଶନ କରାଯାଇଛି ବୋଲି ସେ ଅଭିଯୋଗ କରିଥିଲେ। ସର୍ଭେରେ କୁହାଯାଇଛି ଯେ, ପୁଞ୍ଜିନିବେଶ ପାଇଁ ଜିଡିପି ଅଭିବୃଦ୍ଧି ତଥ୍ୟ ଏକ ବିଶ୍ବସନୀୟ କାରକ। ଏହାକୁ ଯଥା ସମ୍ଭବ ସଠିକ୍ ରଖିବା ଲାଗି ପ୍ରୟାସ କରାଯିବା ଦରକାର। ୨୦୧୧ରେ ଜିଡିପି ହିସାବ ପାଇଁ ଗ୍ରହଣ କରାଯାଇଥିବା ପଦ୍ଧତିରେ ସଂଶୋଧନ କରାଯାଇଥିଲା। ଏହା ପରେ ବିଶେଷଜ୍ଞ, ନୀତି ନିର୍ଧାରକ ଓ ନାଗରିକମାନଙ୍କ ମଧ୍ୟରେ ଏହାକୁ ନେଇ ବିତର୍କ ହୋଇଥିଲା। ବିଗତ ବର୍ଷଗୁଡ଼ିକରେ ଜିଡିପି ଅଭିବୃଦ୍ଧିର ଭୁଲ ଆକଳନ କରାଯାଇଥିବାର କୌଣସି ପ୍ରମାଣ ନାହିଁ ବୋଲି ସର୍ଭେରେ କୁହାଯାଇଛି।
ଅଭିବୃଦ୍ଧି ଉପରେ ପ୍ରଶ୍ନବାଚୀ ଅର୍ଥହୀନ
/sambad/media/post_attachments/wp-content/uploads/2020/02/gdp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)