ମୋଦି ସରକାରଙ୍କ ପାଇଁ ବଡ଼ ସଫଳତା, ପ୍ରଥମ ତିନିମାସରେ ଦେଶର ଆର୍ଥିକ ଅଭିବୃଦ୍ଧି ୮.୨%କୁ ବୃଦ୍ଧି

ନୂଆଦିଲ୍ଲୀ : ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସ (ଏପ୍ରିଲ-ଜୁନ)ରେ ଭାରତର ଜିଡିପି ଅଭିବୃଦ୍ଧି ହାର ୮.୨ ପ୍ରତିଶତକୁ ବୃଦ୍ଧି ପାଇଛି । ମୋଦି ସରକାରଙ୍କ ୪ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଏହା ହେଉଛି ସର୍ବୋଚ୍ଚ ଜିଡିପି ହାର । ଗତ ଆର୍ଥିକ ବର୍ଷର ୧ମ ତିନିମାସରେ ଏହା ୫.୭% ଥିଲା ଓ ପୂର୍ବ ତିନିମାସ ( ଜାନୁୟାରୀ-ମାର୍ଚ୍ଚ ୨୦୧୮) ରେ ୭.୭% ଥିଲା । ଏହି ଉଚ୍ଚ ଅଭିବୃଦ୍ଧି ହାର ସହ ଭାରତ ବିଶ୍ୱର ସବୁଠାରୁ ଦୃତଗତିରେ ଅଭିବୃଦ୍ଧି ଲାଭ କରୁଥିବା ଅର୍ଥନୀତିରେ ପରିଣତ ହୋଇଛି । ଆଗାମୀ ବର୍ଷ ନିର୍ବାଚନର ସମ୍ମୁଖୀନ ହେବାକୁ ଯାଉଥିବା ମୋଦି ସରକାରଙ୍କ ପାଇଁ ଏହା ଏକ ବଡ଼ ନୈତିକ ବିଜୟ ଭାବେ ଦେଖାଯାଉଛି । ଏହା ସହିତ ଆୟକର ଆଦାୟରେ ବୃଦ୍ଧିକୁ ମଧ୍ୟ ସରକାର ଏକ ସଫଲତା ଭାବେ ଦେଖୁଛନ୍ତି । ତେବେ ଟଙ୍କାର ମୂଲ୍ୟ ହ୍ରାସ ପାଇ ଡଲାର ତୁଳନାରେ ୭୧କୁ ଖସିଯିବା ଓ ତେଲଦର ବୃଦ୍ଧି ଯୋଗୁଁ ସରକାରଙ୍କ ଚିନ୍ତା ଆଗାମୀ ଦିନରେ ବଢିବାର ଆଶଙ୍କା ରହିଛି ।

ସମ୍ବନ୍ଧିତ ଖବର