ନୂଆଦିଲ୍ଲୀ: କରୋନା ସଂକ୍ରମଣ ମୁକାବିଲା ଲାଗି ପୁଣି ଥରେ ଲକ୍ଡାଉନ୍ ଘୋଷଣା କଲେ ଅର୍ଥନୀତିରେ ହେଉଥିବା ସୁଧାର ଗୁରୁତର ଭାବେ ପ୍ରଭାବିତ ହେବ। ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହ୍ରାସ ପାଇବ ଏବଂ ସାରା ବର୍ଷର ଅଭିବୃଦ୍ଧି କମିଯିବ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି। ଏଚ୍ଏସ୍ବିସି ଆକଳନ କରିଛି ଯେ ଭାରତର ଅଭିବୃଦ୍ଧି ହାର ପୁଣି ଥରେ ବିଯୁକ୍ତାତ୍ମକ ସ୍ତରକୁ ଫେରିଯିବ। ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଭାରତର ଅଭିବୃଦ୍ଧି ବିଯୁକ୍ତ ୨୩.୯% ରହିଥିଲା। ୨୦୨୦ ଡିସେମ୍ବର ତ୍ରୟମାସ ସୁଦ୍ଧା ସ୍ଥିତିରେ ଦ୍ରୁତ ସୁଧାର ହେବା ସହ ଭାରତ ୦.୪%ର ଯୁକ୍ତାତ୍ମକ ଅଭିବୃଦ୍ଧି ହାସଲ କରିଥିଲା। ୨୦୨୧ ଜାନୁଆରି-ମାର୍ଚ୍ଚ ମଧ୍ୟରେ ଟିକସ ସଂଗ୍ରହ ଉଲ୍ଲେଖନୀୟ ରହିବା ଯୋଗୁଁ ଅଭିବୃଦ୍ଧିରେ ଆହୁରି ସୁଧାର ହୋଇଥିବ ବୋଲି ଆଶା କରାଯାଉଛି। ସରକାରୀ ସ୍ତରରେ ଏପର୍ଯ୍ୟନ୍ତ ଏହି ସମୟର ଅଭିବୃଦ୍ଧି ହାର ଘୋଷଣା କରାଯାଇନାହିଁ।
କରୋନା ସଂକ୍ରମଣ ମୁକାବିଲା ଲାଗି କିଛି ଦିନ ଭିତରେ ବିଭିନ୍ନ ରାଜ୍ୟ ଯେଉଁ ସବୁ କଟକଣା ଲଗାଇଛନ୍ତି ତାହା ଦେଶର ଅଭିବୃଦ୍ଧିକୁ ଗୁରୁତର ଭାବେ ପ୍ରଭାବିତ କରିବାର ଆଶଙ୍କା ରହିଛି। ୨୦୨୧ର ଏପ୍ରିଲ୍-ଜୁନ୍ ତ୍ରୟମାସରେ ଜିଡିପି ୧ ପ୍ରତିଶତ ଖସିଯିବ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି। କଟକଣା ଅଧିକ ଦିନ ରହିଲେ ଅର୍ଥନୀତିର ସ୍ଥିତି ଅଧିକ ଦିନ ଖରାପ ରହିବ। ଏଚ୍ଏଚ୍ବିସିର ମୁଖ୍ୟ ଅର୍ଥନୀତିଜ୍ଞ ପ୍ରାଞ୍ଜୁଲ ଭଣ୍ଡାରି କହିଛନ୍ତି ଯେ ସହରାଞ୍ଚଳରେ ବେକାରି ସଂଖ୍ୟା ବଢ଼ିବା ବଡ଼ ଚିନ୍ତାର କାରଣ। ଏଚ୍ଏସ୍ବିସି ଆକଳନ କରିଛି ଯେ ଚଳିତ ବର୍ଷର ଜାନୁଆରି ମାର୍ଚ୍ଚ ମଧ୍ୟରେ ଜିଡିପି ଅଭିବୃଦ୍ଧି ୨.୩% ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/GDP-fall.jpg)