ନୂଆଦିଲ୍ଲୀ : ଭାରତୀୟ ଅର୍ଥନୀତିର ଜିଡିପି ଚଳିତବର୍ଷ ୨୦୨୧ରେ ୧୨ ପ୍ରତିଶତ ହାରରେ ଆଗକୁ ବଢ଼ିବ। ୨୦୨୦ରେ ଭାରତୀୟ ଅର୍ଥନୀତି ୭.୧ ପ୍ରତିଶତ ସଂକୁଚିତ ହୋଇଥିବାରୁ ଚଳିତବର୍ଷ ଉଚ୍ଚ ଅଭିବୃଦ୍ଧି ହାସଲ କରିବ ବୋଲି ମୁଡିସ୍ ପକ୍ଷରୁ ଆକଳନ କରାଯାଇଛି। ୨୦୨୦ର ଦ୍ବିତୀୟ ତ୍ରୟମାସରେ ଭାରତୀୟ ଅର୍ଥନୀତି ୭.୫ ପ୍ରତିଶତ ସଂକୁଚିତ ହୋଇଥିଲେ ମଧ୍ୟ ତୃତୀୟ ତ୍ରୟମାସରେ ୦.୪ ପ୍ରତିଶତ ହାରରେ ଆଗକୁ ବଢ଼ିଛି। ଘରୋଇ ଏବଂ ବାହ୍ୟ କଟକଣା ହଟିବା କାରଣରୁ ଅର୍ଥନୀତି ଗତିଶୀଳ ହେଉଛି। ଏଥିଯୋଗୁ ନିକଟ ଅତୀତରେ ଦେଶର କଳକାରଖାନା ଗୁଡ଼ିକର ଉତ୍ପାଦନରେ ସୁଧାର ଆସିଛି। ତେଣୁ ଚାହିଦାରେ ପୁନରୁଦ୍ଧାର ଆସିବ ବୋଲି ରେଟିଂ ଏଜେନ୍ସି ମୁଡିସ୍ ପକ୍ଷରୁ କୁହାଯାଇଛି।
ଜିଡିପି ଏବର୍ଷ ୧୨ ପ୍ରତିଶତ ବଢ଼ିବ: ମୁଡିସ୍
/sambad/media/post_attachments/wp-content/uploads/2020/06/gdp.jpg)
/sambad/media/agency_attachments/2024-07-24t043029592z-sambad-original.webp)