କରୋନା ସଙ୍କଟ ସମୟରେ ଲଞ୍ଚ୍‌ ହେଲା ସ୍ପେଶାଲ ସ୍କୁଟର; ଲାଇସେନ୍ସ କି ପେଟ୍ରୋଲ୍‌ର ଆବଶ୍ୟକତା ପଡ଼ିବ ନାହିଁ

ନୂଆଦିଲ୍ଲୀ: ବର୍ତ୍ତମାନର ସମୟରେ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ସବୁଠାରୁ ପ୍ରଭାବଶାଳୀ ଅସ୍ତ୍ର ବୋଲି କୁହାଯାଉଛି। ଏହାକୁ ଧ୍ୟାନରେ ରଖି ଜେମୋପାଇ ଇଲେକ୍ଟ୍ରିକ୍ କମ୍ପାନି‌ ମିନି ଇ-ସ୍କୁଟର ମିସୋକୁ  ବଜାର ପ୍ରବେଶ କରାଇଛି।

ଏହି ସ୍କୁଟରର ସ୍ୱାତନ୍ତ୍ର ହେଉଛି ଏହାକୁ ଚଳାଇବା ପାଇଁ କୌଣସି ଲାଇସେନ୍‌ସର ଆବଶ୍ୟକତା ପଡ଼ିବ ନାହିଁ। ଜେମୋପାଇ ଇଲେକ୍ଟ୍ରିକ୍‌ ପକ୍ଷରୁ ପ୍ରକାଶ ଯେ, ଏହି ମିନି ସ୍କୁଟରର ବୁକିଂ ଆରମ୍ଭ କରି ଦିଆଯାଇଛି। ଆସନ୍ତା ମାସରୁ ଏହା ବିକ୍ରି କରାଯିବ । ଏହି ସ୍କୁଟରରେ ଡ୍ରାଇଭର ପାଇଁ କେବଳ ଗୋଟିଏ ସିଟ୍‌ ଅଛି, ଯାହା ସାମାଜିକ ଦୂରତା ନିୟମକୁ ପାଳନ କରିବ। ଏହି ସ୍କୁଟରର ମୂଲ୍ୟ ୪୫ ହଜାର ଟଙ୍କାରୁ କମ୍‌ ରହିଛି। ଥରେ ସମ୍ପୂର୍ଣ୍ଣ ଚାର୍ଜ ହୋଇଗଲେ ଏହି ସ୍କୁଟର ୭୫ କିଲୋମିଟର ପର୍ଯ୍ୟନ୍ତ ଗଡ଼ି ପାରିବ। ଦୁଇ ଘଣ୍ଟା ମଧ୍ୟରେ ସ୍କୁଟରକୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ କରାଯାଇପାରିବ ବୋଲି କମ୍ପାନି ଦାବି କରିଛି।

कोरोना संकट में स्पेशल स्कूटर लॉन्च, न लाइसेंस की जरूरत, न पेट्रोल की टेंशन

ଜେମୋପାଇ ଇଲେକ୍ଟ୍ରିକ୍‌ର ସହ-ପ୍ରତିଷ୍ଠାତା ଅମିତ ରାଜ ସିଂ କହିଛନ୍ତି, କରୋନା ସଂକ୍ରମଣ ଭଳି ସଙ୍କଟ ସମୟରେ ଏହି ସ୍କୁଟର ଏକ ସୁରକ୍ଷିତ ଯାତ୍ରାର ବିକଳ୍ପ ପ୍ରଦାନ କରିବ। ଏହି ସ୍କୁଟର ଚଳାଇବା ପାଇଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)ର କୌଣସି ଲାଇସେନ୍‌ସ କିମ୍ବା ଅନୁମତି ଆବଶ୍ୟକ ପଡ଼ିବ ନାହିଁ । ଏହି ଯାନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୨୫ କିଲୋମିଟର ରହିଛି। ଏହି ସ୍କୁଟରକୁ ଦୁଇଟି ଡିଜାଇନ୍‌ରେ ମାର୍କେଟରେ ଲଞ୍ଚ କରାଯାଇଛି।

ସମ୍ବନ୍ଧିତ ଖବର