ସାଧାରଣ ବୀମା କମ୍ପାନିକୁ ମାର୍ଚ୍ଚ ସୁଦ୍ଧା ମିଳିବ ୩୦୦୦ କୋଟି

ନୂଆଦିଲ୍ଲୀ : ରାଷ୍ଟ୍ରାୟତ୍ତ ସାଧାରଣ ବୀମା କମ୍ପାନିଗୁଡ଼ିକୁ ସରକାର ଚଳିତ ଆର୍ଥିକ ବର୍ଷର ଶେଷ ତ୍ରୟମାସରେ ୩୦୦୦ କୋଟି ଟଙ୍କା ପ୍ରଦାନ କରିବେ। କମ୍ପାନିଗୁଡ଼ିକର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ଲାଗି ଏହି ପାଣ୍ଠି ଅର୍ଥ ମନ୍ତ୍ରାଳୟ ଯୋଗାଇ ଦେବ। ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁ‌ଷ୍ଠିତ କ୍ୟାବିନେଟ୍ ବୈଠକରେ ନ୍ୟାସନାଲ ଇନ୍‌ସ୍ୟୁରାନ୍ସ, ଓରିଏଣ୍ଟାଲ ଇନ୍‌ସ୍ୟୁରାନ୍ସ ଏବଂ ୟୁନାଇଟେଡ ଇଣ୍ଡିଆ ଇନ୍‌ସ୍ୟୁରାନ୍ସକୁ ପୁଞ୍ଜି ସହାୟତା ଦେବା ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଥିଲା। ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୬.୨୮ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚଦାଦି ଆଗତ କରିଛନ୍ତି। ଏଥିରେ ବୀମା କମ୍ପାନିଗୁଡ଼ିକ ପାଇଁ ୩୦୦୦ କୋଟି ଟଙ୍କା ପ୍ରଦାନର ପ୍ରସ୍ତାବ ରହିଛି। ତେଣୁ ବଜେଟ୍‌ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆସନ୍ତାମାସ ୮ ତାରିଖରୁ ଆରମ୍ଭ ହେଲେ ଏହି ଅତିରିକ୍ତ ଖର୍ଚ୍ଚଦାବି ଗୃହୀତ ହେବ। ଏହାପରେ ବୀମା କମ୍ପାନିଗୁଡ଼ିକୁ ମାର୍ଚ୍ଚ ଶେଷ ସୁଦ୍ଧା ୩୦୦୦ କୋଟି ଟଙ୍କା ମିଳିଯିବ ବୋଲି ଆଶା ରହିଛି।

ସମ୍ବନ୍ଧିତ ଖବର