ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟରେ ଆଲୋଚନାଚକ୍ର

ଭୁବନେଶ୍ୱର: ସେଞ୍ଚୁରିଅନ ବୈଷୟିକ ଏବଂ ପରିଚାଳନା ବିଶ୍ୱବିଦ୍ୟାଳୟ, ପାରଳାଖେମୁଣ୍ଡି ପକ୍ଷରୁ ହାଡ୍ରୋ-ଗ୍ରାମିନ୍‌ ପ୍ରଯୁକ୍ତି ସମ୍ପର୍କିତ ଆଲୋଚନାଚକ୍ର ଆୟୋଜନ କରାଯାଇଛି। ଏଥିରେ ୮୧ ଜଣ ବିଶ୍ୱ ସ୍ତରର ଗବେଷକ ଯୋଗ ଦେଇଛନ୍ତି। ଏହି ଅବସରରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନେ ଗବେଷକମାନଙ୍କ ସହିତ ଗ୍ରାମୀଣ ଜୀବନ, ମତ୍ସ୍ୟ ଚାଷ, ଉଦ୍ୟାନ କୃଷି ଏବଂ ପଶୁପାଳନ ଆଦି ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଇସିଏଆର, ଆଇଆଇଡବ୍‌୍‌ଲ୍ୟୁଏସ୍‌ର ପୂର୍ବତନ ନିର୍ଦେଶକ ଡକ୍ଟର ଅଶ୍ୱିନୀ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଉତ୍ତର ବଙ୍ଗ କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ ଭିସି ଡକ୍ଟର ଆଶିଷ ଚନ୍ଦ୍ର ସିହ୍ନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର