ମୁମ୍ବାଇ: ଜିଓ ୱାର୍ଲଡ୍ ସେଣ୍ଟରରେ ଜିଓ-ବିପିର ୫୦୦ତମ ଇଭି ଚାର୍ଜିଂ ଷ୍ଟେସନକୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ନିର୍ଦ୍ଦେଶକ ଅନନ୍ତ ଅମ୍ବାନି ଓ ବିପିର ସିଇଓ ମୁରେ ଅଚିନକ୍ଲସ୍ ଉଦ୍ଘାଟନ କରିଛନ୍ତି। ଏହା ଜରିଆରେ ଭାରତରେ ଜିଓ-ବିପି ପଲ୍ସ ଚାର୍ଜିଂ ପଏଣ୍ଟ ସଂଖ୍ୟା ୫୦୦୦ ଅତିକ୍ରମ କରିଛି। କମ୍ପାନି ମାତ୍ର ଗୋଟିଏ ବର୍ଷ ଭିତରେ ଏହାର ଚାର୍ଜିଂ ପଏଣ୍ଟ ସଂଖ୍ୟାକୁ ୧୩୦୦ରୁ ବଢ଼ାଇ ୫୦୦୦ରେ ପହଞ୍ଚାଇଛି। ସେଥିରୁ ୯୫% ହେଉଛି ଫାଷ୍ଟ ଚାର୍ଜିଂ ଷ୍ଟେସନ। ଏହି ଅବସରରେ ଅନନ୍ତ ଅମ୍ବାନି କହିଛନ୍ତି ଯେ ଭାରତରେ ଇଭି ଗ୍ରହଣୀୟତାକୁ ବଢ଼ାଇବାରେ ଜିଓ-ବିପି ଅଗ୍ରଣୀ ଭୂମିକା ଗ୍ରହଣ କରିଛି।
ଫାଷ୍ଟ ଚାର୍ଜିଂରେ ସର୍ବାଧିକ ଅଂଶ, ଇଭି ଚାର୍ଜିଂ ଭିତ୍ତିଭୂମିରେ ଦ୍ରୁତ ଅଭିବୃଦ୍ଧି ଓ ଉଚ୍ଚ ଭରସାଯୋଗ୍ୟତା ଜରିଆରେ ଜିଓ-ବିପି କୋଟି କୋଟି ଭାରତୀୟଙ୍କୁ ଡିଜିଟାଇଜଡ୍ ଚାର୍ଜିଂ ସମାଧାନ ପ୍ରଦାନ କରୁଛି। ବିପିର ସିଇଓ ଶ୍ରୀ ଆଚିନକ୍ଲସ କହିଛନ୍ତି ଯେ ଏକ ସମନ୍ବିତ ଶକ୍ତି କମ୍ପାନିରେ ପରିଣତ ହେବା ଦିଗରେ ଆମ ଯାତ୍ରାରେ ଇଭି ଚାର୍ଜିଂ ଏକ ଗୁରୁତ୍ବପୂର୍ଣ୍ଣ ବ୍ୟବସାୟ। ନିରବଚ୍ଛିନ୍ନ ଗ୍ରାହକ ଅନୁଭୂତି ପ୍ରଦାନ କରିବା ଲାଗି ଗୁରୁତ୍ବପୂର୍ଣ୍ଣ ସ୍ଥାନ, ଦ୍ରୁତ ଗତି ଓ ବ୍ୟାପକତା ଉପରେ ଆମେ ଗୁରୁତ୍ବ ଦେଉଛୁ। ବିପି ଓ ରିଲାଏନ୍ସର ଦକ୍ଷତାକୁ ମିଶାଇ ଆମେ ସୁବିଧାର ସହ ଇଭି ଚାର୍ଜିଂ ପ୍ରଦାନ କରୁଛୁ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/R43bDkLR6hkmX7tlbRQo.jpg)
