ଜିଓକୁ ମିଳିଲା ଆଉ ୫୬୮୩ କୋଟି

ମୁମ୍ବାଇ: ଲକ୍‌ଡାଉନ୍ ସମୟରେ ପୁଞ୍ଜିନିବେଶ ହାତେଇବାର ଯେଉଁ ଧାରା ଜିଓ ପ୍ଲାଟଫର୍ମସ୍‌ ଆରମ୍ଭ କରିଥିଲା ତାହା ବନ୍ଦ ହୋଇନାହିଁ। ସାତ ସପ୍ତାହରୁ କମ୍ ସମୟ ଭିତରେ କଂପାନି ୭ ଜଣ ନିବେଶକଙ୍କଠାରୁ ପୁଞ୍ଜିନିବେଶ ହାସଲ କରିଛି। ସପ୍ତମ ନିବେଶକ ଆବୁଧାବି ଇନଭେଷ୍ଟମେଣ୍ଟ୍‌ ଅଥରିଟି (ଆଦିଆ) ପକ୍ଷରୁ ଜିଓରେ ୫୬୮୩.୫୦ କୋଟି ଟଙ୍କା ନିବେଶ କରାଯାଇଛି। ଏହା ଜରିଆରେ କଂପାନି ଜିଓ ପ୍ଲାଟଫର୍ମସ୍‌ର ୧.୧୬ ପ୍ରତିଶତ ଇକ୍ବିଟି ଅଂଶଧନ ହାସଲ କରିବ। ସମସ୍ତ ସାତ ନିବେଶକଙ୍କ ଠାରୁ ଜିଓ ପ୍ଲାଟଫର୍ମସ୍‌ ମୋଟ ୯୭,୮୮୫ କୋଟି ଟଙ୍କାର ନିବେଶ ହାସଲ କରିଛି। ଏହା ପୂର୍ବରୁ ଫେସ୍‌ବୁକ୍, ସିଲ୍‌ଭର୍‌ ଲେକ୍‌, ଭିଷ୍ଟା ଇକ୍ବିଟି ପାର୍ଟନର୍ସ, ଜେନେରାଲ୍ ଆଟାଲଣ୍ଟିକ୍, ‌କେକେଆର୍‌ ଓ ମୁବାଦଲା ଭଳି ସଂସ୍ଥା ଜିଓ ପ୍ଲାଟଫର୍ମସ୍‌ରେ ପୁଞ୍ଜିନିବେଶ କରିଛନ୍ତି।

ସମ୍ବନ୍ଧିତ ଖବର