ଭୁବନେଶ୍ବର: ରଥଯାତ୍ରା ହେଉଛି ଭକ୍ତି, ଆସ୍ଥା ଓ ବିଶ୍ବାସର ପ୍ରତୀକ। ପ୍ରତିଟି ଓଡ଼ିଆ ପ୍ରାଣ ଏହା ସହ ଜଡ଼ିତ। ଚଳିତବର୍ଷ ରଥଯାତ୍ରା ଲୋକମାନଙ୍କ ପାଇଁ ଏକ ଭିନ୍ନ ଅନୁଭୂତି ପ୍ରଦାନ କରିବ। କାରଣ ଏଥର ଲୋକମାନେ ରଥରେ ଭଗବାନଙ୍କୁ ଦେଖି ଯେତିକି ବିମୋହିତ ହେବେ, ମ୍ୟୁଚୁଆଲ୍ ଫଣ୍ଡ୍ ବିଷୟରେ ଜାଣି ସେତିକି ଉପକୃତ ହୋଇପାରିବେ। ସେମାନେ ଭକ୍ତି ଭାବନା ଓ ଆର୍ଥିକ ଶକ୍ତିର ଏକ ଚମତ୍କାର ମିଳିତ ଅନୁଭୂତି ପାଇବେ। ମ୍ୟୁଚୁଆଲ୍ ଫଣ୍ଡ୍ ସହିତ ନିଜ ଆର୍ଥିକ ଯାତ୍ରା ଆରମ୍ଭ କରିବା ଲାଗି ଲୋକମାନଙ୍କୁ ସଚେତନ କରାଯିବ। ଏ ନେଇ ଏକ ବ୍ୟାପକ ଅଭିଯାନ ପ୍ରସ୍ତୁତ କରାଯାଇଛି। ରଥଯାତ୍ରା ଦିନଠାରୁ ତାହା ପୁରୀରେ ଆରମ୍ଭ ହୋଇ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଚାଲିବ। ନଅ ଦିନବ୍ୟାପୀ ଏହି ପବିତ୍ର ଯାତ୍ରାରେ ନିଜ ନିବେଶ ଯାତ୍ରା ଆରମ୍ଭ କରିବା ଲାଗି ଲୋକମାନଙ୍କୁ ଉତ୍ସାହିତ କରାଯିବ। ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯିବ। ପୁରୀ ବେଳାଭୂମିରେ ବାଲୁକା କଳା ହେଉ କିମ୍ବା ବଡ଼ଦାଣ୍ଡରେ ସ୍ଥାପନ କରାଯାଇଥିବା ଷ୍ଟଲ୍, ଭୁବନେଶ୍ବର ଓ କଟକରେ ଚାଲିବାକୁ ଥିବା ନିବେଶ ରଥ ହେଉ କିମ୍ବା ପୁରୀରେ ସାଂସ୍କୃତିକ ସନ୍ଧ୍ୟା, ସବୁ କାର୍ଯ୍ୟକ୍ରମ ମ୍ୟୁଚୁଆଲ୍ ଫଣ୍ଡ୍ର ଉପାଦେୟତା କଥା କହିବ। ଏହି କାର୍ଯ୍ୟକ୍ରମର ଟ୍ୟାଗ୍ଲାଇନ୍ ରହିଛି ‘ଶ୍ରଦ୍ଧାରେ ଚାଲେ ରଥ, ଅନୁଶାସନରେ ଚାଲେ ନିବେଶ’।
ରଥଯାତ୍ରାରେ ସଚେତନ ହେବେ ଜନତା
ବାହୁଡ଼ା ପର୍ଯ୍ୟନ୍ତ ଚାଲିବ ଅଭିଯାନ
ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳା
ଏହି ଅଭିଯାନ ପାଇଁ ପ୍ରସ୍ତୁତି ଜୋର୍ଦାର ହୋଇଥିବା ବେଳେ ପୁରୀ ବେଳାଭୂମିରେ ନିର୍ମିତ ବାଲୁକା କଳାକୁ ଶେଷ ସ୍ପର୍ଶ ଦିଆଯାଇଛି। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ବାଲୁକା କଳାକୁ ପ୍ରସ୍ତୁତ କରୁଛନ୍ତି। ମ୍ୟୁଚୁଆଲ୍ ଫଣ୍ଡ୍ ବିଷୟବସ୍ତୁ ଉପରେ ପ୍ରସ୍ତୁତ କରାଯାଇଥିବା ଏହି ବାଲୁକା କଳାକୁ ଦେଖିବା ନେଇ ଲୋକମାନଙ୍କ ଭିତରେ ପ୍ରବଳ ଆଗ୍ରହ ସୃଷ୍ଟି ହୋଇଛି। ଏବେଠାରୁ ଲୋକଙ୍କ ଭିଡ଼ ଆରମ୍ଭ ହୋଇଗଲାଣି। ମ୍ୟୁଚୁଆଲ୍ ଫଣ୍ଡ୍ ହେଉଛି ଏକ ଶୃଙ୍ଖଳା ଆଧାରିତ ନିବେଶ। ଏଥିରେ ବିଶେଷଜ୍ଞମାନଙ୍କ ଦ୍ବାରା ପାଣ୍ଠି ପରିଚାଳନା କରାଯାଇଥାଏ। ତେଣୁ ବଜାରରେ ରହିଥିବା ରିସ୍କଗୁଡ଼ିକୁ ଜାଣିବା ଓ ତାହାକୁ ସଫଳତାର ସହ ମୁକାବିଲା କରିବା ଲାଗି ଯେଉଁ ଜ୍ଞାନ ଦରକାର ତାହା ହାସଲ କରିବାକୁ ପଡ଼ିବନି। ବଜାର ବିଷୟରେ କୌଣସି ଜ୍ଞାନ ନଥିବା ବ୍ୟକ୍ତି ମଧ୍ୟ ଏହା ଦ୍ବାରା ବଜାରର ଲାଭ ପାଇପାରିବେ। ମ୍ୟୁଚୁଆଲ୍ ଫଣ୍ଡ୍ରେ ନିବେଶ କଲେ ପେସାଦାରମାନେ ତାହାକୁ ସମ୍ଭାଳିବେ ଓ ଯେକୌଣସି ପାରମ୍ପରିକ ସଞ୍ଚୟଠାରୁ ଅଧିକ ରିଟର୍ଣ୍ଣ ପ୍ରଦାନ କରିବେ। ଯେତେ ଅଧିକ ଦିନ ନିବେଶ କରାଯିବ, ରିଟର୍ଣ୍ଣ ସେତେ ଅଧିକ ହେବ। ପ୍ରତିଟି ଓଡ଼ିଆ ପରିବାର ଯେଭଳି ମ୍ୟୁଚୁଆଲ୍ ଫଣ୍ଡ୍କୁ ସେମାନଙ୍କ ଉଜ୍ଜ୍ବଳ ଆର୍ଥିକ ଭବିଷ୍ୟତର ଏକ ବିଶ୍ବସନୀୟ ସାଥୀ ଭାବେ ଗ୍ରହଣ କରିବେ, ସେଥିପାଇଁ ଏହି ଅଭିଯାନରେ ଉଦ୍ୟମ କରାଯାଉଛି। ଏଥିପାଇଁ ଆୟୋଜନ କରାଯାଉଥିବା କାର୍ଯ୍ୟକ୍ରମଗୁଡ଼ିକରେ ବିପୁଳ ସଂଖ୍ୟାରେ ଅଂଶଗ୍ରହଣ କରିବା ଲାଗି ଶ୍ରଦ୍ଧାଳୁ, ପର୍ଯ୍ୟଟକ ଓ ରାଜ୍ୟବାସୀଙ୍କୁ ଉତ୍ସାହିତ କରାଯାଉଛି।