ନୂଆଦିଲ୍ଲୀ: ସୋସିଆଲରେ ଆଜିକାଲି ଲୋକେ ଖୁବ ସକ୍ରିୟ । ଏଥିରେ ସେମାନେ ପୋଷ୍ଟ କରୁଥିବା ଭିଡିଓ ଓ ଫଟୋ କେମିତି ଅଧିକରୁ ଅଧିକ ଭାଇରାଲ ହେବ ସେଥିପାଇଁ ସେମାନେ ସ୍ଥାନ, କାଳ ଓ ପାତ୍ର ଆଉ ଦେଖୁନାହାନ୍ତି। ମନଇଚ୍ଛା ଭିଡିଓ ଓ ରିଲ୍ସ କରି ଚାଲିଛନ୍ତି। ତାଙ୍କର ଏହି କାମ କାହାକୁ ପ୍ରଭାବ ପକାଉଛି କି ପକାଇବ ସେଥିପ୍ରତି ବି ସେମାନେ ତିଳେ ହେଲେ ଚିନ୍ତା କରୁ ନାହାନ୍ତି।

Advertisment

ଲୋକେ ସାର୍ବଜନୀନସ୍ଥାନମାନଙ୍କରେ ଏପରି ରିଲକ୍ସ ତିଆରି କରୁଛନ୍ତି ଯାହାଦ୍ବାରା ପରିବାର ସହିତ ଯାତ୍ରା କରିବା ସମୟରେ ଖରାପ ଲାଗୁଛି। ନିକଟରେ ଜଣେ ଯୁବତୀ ମେଟ୍ରୋ ଟ୍ରେନରେ ଅଶ୍ଳୀଳ ନୃତ୍ୟ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ରେଳବାଇକୁ ଏଦିଗରେ ଧ୍ୟାନ ଦେବାକୁ ଦାବି କରି ଆରପିଏଫ ପୁଲିସ, ଡିଆରଏମ ମୁମ୍ବାଇ ଓ ରେଳ ମନ୍ତ୍ରାଳୟଙ୍କୁ ଟ୍ୟାଗ କରିଥି‌‌ଲେ।

ଭିଡିଓରେ ଯୁବତୀ ଭୋଜପୁରୀ ଗୀତରେ ନାଚୁଥିବା  ଦେଖିବାକୁ ମିଳିଛି। ଏହି ଭିଡିଓକୁ ଦେଖିବା ପ‌ରେ ରେଳବ‌ାଇ ପ୍ରତିକ୍ରିୟା ଦେଇଛି। ଆରପିଏଫ ମୁମ୍ବାଇ ଡିଭିଜନ ଟୁଇଟ କରି ଲେଖିଛି, ‘ସୂଚନା ଦେଇଥିବାରୁ ଧନ୍ୟବାଦ। ଆବଶ୍ୟକ ଯାଞ୍ଚ ପାଇଁ ଏହି ଘଟଣାକୁ ବିଭାଗୀୟ ଅଧିକାରୀଙ୍କ ପାଖକୁ ପଠାଇ ଦିଆଯାଇଛି।’