‘ଗୀତା’ରେ ଫାକଲ୍‌ଟି ଡେଭେଲପ୍‌ମେଣ୍ଟ୍‌ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଭାରତ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ଏବଂ ଗୀତା ଇଞ୍ଜିନିୟରିଂ କଲେଜର ଉଦ୍ୟୋଗ ବିକାଶ ବିଭାଗର ମିଳିତ ଆନୁକୂଲ୍ୟରେ ଏକ ୧୨ ଦିନିଆ ଫାକଲ୍‌ଟି ଡେଭେଲପ୍‌ମେଣ୍ଟ କାଯ୍ୟର୍କ୍ରମର ଆରମ୍ଭ ହୋଇଛି। ଏହାର ଉଦ୍‌ଘାଟନୀ ଉତ୍ସବରେ ପ୍ୟାରିସ ବେକରୀର ମୁଖ୍ୟ ଜୟନାରାୟଣ ପୂଜାପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଗୀତାର ଭାଇସ ଚେୟାରମ୍ୟାନ ବିରଞ୍ଚି ନାରାୟଣ ପଣ୍ଡା ଯୋଗ ଦେଇଥିଲେ। ଗୀତା ଉଦ୍ୟୋଗ ବିକାଶର ନିର୍ଦ୍ଦେଶକ ନରସିଂହ ପ୍ରସାଦ ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଛନ୍ତି। ଏହି ଅବସରରେ କଲେଜର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ମନ୍ମଥ କୁମାର ରାଉଳ, କଣ୍ଟ୍ରୋଲର ଅଫ୍‌ ଏକାଡେମିକ୍ସ ପ୍ରଫେସର ଏସ୍‌.କେ.ପାଣିଗ୍ରାହୀ ଓ ଡିନ୍‌ ଏକାଡେମିକ୍ସ ଡକ୍ଟର କିଶୋର କୁମାର ମିଶ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର