ଭୁବନେଶ୍ବର: କନକ ନିଉଜ୍ ପକ୍ଷରୁ ଆୟୋଜିତ ଶିକ୍ଷା ସମ୍ମିଳନୀ ୨୦୨୫ରେ ଗୀତା ସ୍ବୟଂଶାସିତ ମହାବିଦ୍ୟାଳୟକୁ କ୍ୟାମ୍ପସ୍‌ ନିଯୁକ୍ତିରେ ଅଗ୍ରଣୀ ଭୂମିକା ପାଇଁ ଉତ୍କର୍ଷ ସମ୍ମାନ ପ୍ରଦାନ କରାଯାଇଛି। ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କଠାରୁ ଗୀତାର ଅଧ୍ୟକ୍ଷ ପ୍ର. ଡ. ମନ୍ମଥ କୁମାର ରାଉଳ ପୁରସ୍କାର ଗ୍ରହଣ କରିଥିଲେ। ଏନ୍‌ବିଏ, ନାକ୍ ଏ ଗ୍ରେଡ୍‌, ଏଆଇସିଟିଇ ଆଇଡିଆ ଲ୍ୟାବ୍ ଓ ଏନ୍‌ଆଇଆର୍‌ଏଫ୍‌ ରୢାଙ୍କିଙ୍ଗରେ ପଞ୍ଚମ ଥର ପାଇଁ ସ୍ଥାନିତ ଗୀତା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ଦିଗରେ ନିଜ ଅବଦାନ ପାଇଁ ଅନେକ ସ୍ବୀକୃତି ହାସଲ କରିଛି। ଏହି ପୁରସ୍କାର ପାଇଁ ଗୀତାର ଅଧ୍ୟକ୍ଷ ଡ. ସତ୍ୟ ପ୍ରକାଶ ପଣ୍ଡା, ସମ୍ପାଦକ ଡ. ଚନ୍ଦ୍ରଧ୍ବଜ ପଣ୍ଡା, ଉପାଧ୍ୟକ୍ଷ ଡ. ବିରଞ୍ଚି ନାରାୟଣ ପଣ୍ଡା ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।