ହାଇଦ୍ରାବାଦ: ଗିତମ୍ ଡିମ୍ଡ ବିଶ୍ବବିଦ୍ୟାଳୟ ହାଇଦ୍ରାଦାଦ ପକ୍ଷରୁ ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଘୋଷଣା କରାଯାଇଛି। ବି.ଟେକ୍, ଏମ୍.ଟେକ୍, ବି.ଫାର୍ମା ଏବଂ ବି.ଆର୍କ ଆଦି ପାଠ୍ୟକ୍ରମ ପାଇଁ ନାମଲେଖାକୁ ଉନ୍ମକ୍ତ କରାଯାଇଛି। ବିଶ୍ବିଦ୍ୟାଳୟର ପ୍ରୋ ଭାଇସ ଚାନସେଲର ପ୍ରଫେସର ଏନ. ଶିବ ପ୍ରସାଦ ଏନେଇ ନାମଲେଖା ବିଜ୍ଞପ୍ତି ଘୋଷଣା କରିଛନ୍ତି। ଶିକ୍ଷାର୍ଥୀମାନେ ଆବେଦନ ଫର୍ମକୁ www.gitam.eduରୁ ଡାଉନଲୋଡ କରି ପୂରଣ କରିବା ସହିତ ଦାଖଲ ମଧ୍ୟ କରିପାରିବେ। ଏତଦବ୍ୟତୀତ ୟୁନିୟନ ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ ଓ କରୁର୍ ବୈଶ୍ୟ ବ୍ୟାଙ୍କର କେତେକ ନିର୍ଦ୍ଦିଷ୍ଟ ଶାଖାରେ ଆବେଦନ ଫର୍ମ ମଧ୍ୟ ଉପଲବ୍ଧ ହେଉଛି। ଛାତ୍ରଛାତ୍ରୀମାନଙ୍କୁ ନାମଲେଖା ପାଇଁ ଜିଏଟି-୨୦୧୯ ଅନଲାଇନ ଟେଷ୍ଟ ଦେବାକୁ ପଡ଼ିବ। ବିଭିନ୍ନ କେନ୍ଦ୍ରରେ ଏପ୍ରିଲ ୧୦ରୁ ୨୯ ତାରିଖ ମଧ୍ୟରେ ଅନଲାଇନ୍ ଟେଷ୍ଟ ଅନୁଷ୍ଠିତ ହେବ। ଗିତମ୍ର ହାଇଦ୍ରାବାଦ କ୍ୟାମ୍ପସ, ନାଗୋଲି, ସିକନ୍ଦରାବାଦ, କରିମନଗର, ଖମାମ, ନିଜାମାବାଦ, ୱାରଙ୍ଗଲ ସମେତ ଦେଶର ୫୦ଟି ଅନ୍ୟ ସେଣ୍ଟରରେ ଏହି ଅନଲାଇନ ଟେଷ୍ଟ ହେବ। ଏପ୍ରିଲ ୨୬ ତାରିଖରେ ପରୀକ୍ଷା ଫଳ (ରୢାଙ୍କ) ଘୋଷଣା ହେବ।
ଗିତମ୍ର ନାମଲେଖା ଘୋଷଣା
/sambad/media/post_attachments/wp-content/uploads/2018/11/gitam.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)